ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ଯୁବ କଂଗ୍ରେସର ବିରୋଧ

ବରଗଡ, ରାଜନ ଦେବତା : ମହାମାରୀ କରୋନା ପାଇଁ ଦେଶ ଆଜି ଘଡି ସନ୍ଧି ମୁହୂର୍ତ୍ତରେ ଗତି କରୁଛି । ସାଧାରଣ ଲୋକଙ୍କ ଆୟପନ୍ଥା ପ୍ରତିମୁହୂର୍ତ୍ତରେ ସଂକୁଚିତ ହେବାରେ ଲାଗିଛି । ଲକ୍ଷ୍ୟ ଲକ୍ଷ ଲୋକ ମଧ୍ୟ କାମଧନ୍ଦା ନପାଇ ଅତି ଦୟନୀୟ ଭାବେ ଭୋକ ଉପାସରେ ଦିନ କାଟୁଛନ୍ତି ଏବଂ ଚାଷୀ ଆଗାମୀ ମୌସୁମୀକୁ ଆଧାର କରି ଖରିପ ଚାଷ କରିବାକୁ ଅଣ୍ଟାଭିଡିଛି । ଏହି ସମୟରେ କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଏବଂ ଡିଜେଲ ଉପରେ ଅହେତୁକ ମୂଲ୍ୟ ବୁଦ୍ଧି କରି ଚାଲିଛନ୍ତି । ଯାହାଫଳରେ ସାଧାରଣ ଖାଉଟି ଉପରକୁ ପ୍ରଭାବ ପଡୁଛି । ତେଲ ଦର ବୃଦ୍ଧି କାରଣରୁ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବଜାରରେ ହୁ ହୁ ହୋଇ ବଢୁଥିବା ସହ ଚାଷ କାର୍ଯ୍ୟରେ ନିୟୋଜିତ ଯତ୍ନପାତିର ଖର୍ଚ୍ଚ ମଧ୍ୟ ବଢୁଛି । ଏହାକୁ ବିରୋଧ କରି ବରଗଡ଼ ଜିଲ୍ଲା ୟୁଥ କଂଗ୍ରେସ ଭିକ୍ଷୋଭ ପ୍ରଦର୍ଶନ କରିଥିଲା। ୟୁଥ କଂଗ୍ରେସ ଜେନେରାଲ ସେକେଟ୍ରି ସୁଶାନ୍ତ ସାହୁଙ୍କ ନେତୃତ୍ଵରେ ଆଜାଦ ପତି, ଅମିତ ପଣ୍ଡା, ଶେଖର ସାହୁ, ଗଗନ କୁମାର ପତି ଏବଂ ଅନେକ ୟୁଥ କଂଗ୍ରେସର କର୍ମକର୍ତ୍ତା ସାମିଲ ହୋଇ ବରଗଡ଼ କଲେକ୍ଟରଙ୍କୁ ଦାବିପତ୍ର ଦେଇଥିଲେ ।

Comments are closed.