ଆଜି ଆପଣଙ୍କ ଘରେ ‘ବିଶ୍ୱନାଥ‘

ଭୁବନେଶ୍ୱର: ରବିବାର ଅଗଷ୍ଟ ୨୮ତାରିଖ ସନ୍ଧ୍ୟା ୬ଟାରେ ଷ୍ଟାର କିରଣରେ ‘ବିଶ୍ୱନାଥ‘ ଚଳଚ୍ଚିତ୍ରର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ପ୍ରସାରିତ ହେବ । ନୂତନ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ୍‌ ଷ୍ଟାର କିରଣ ଦର୍ଶକଙ୍କୁ ପ୍ରତି ସପ୍ତାହ ଶେଷରେ ବ୍ଲକବଷ୍ଟର ଚଳଚ୍ଚିତ୍ର ମାଧ୍ୟମରେ ସାରା ପରିବାରକୁ ସନ୍ଧ୍ୟାରେ ଏକତ୍ରିତ କରିପାରୁଛି । ସେହିପରି ଆଜି ଆପଣଙ୍କ ଘରେ ଷ୍ଟାର କିରଣ ନେଇ ଆସିଛି ‘ବିଶ୍ୱନାଥ‘ ।

ଏହି ଚଳଚିତ୍ରରେ ନାୟକ ସ ନାୟିକା ଭୂମିକାରେ ସମ୍ବିତ ଆଜାର୍ଯ୍ୟ ଏବଂ ସମ୍ଭାବନା ମହାନ୍ତି ରହିଛନ୍ତି । କାହାଣୀରେ ଗାୟତ୍ରୀ ଚରିତ୍ରରେ ସମ୍ଭାବନା, ବିଶ୍ୱନାଥ ଚରିତ୍ରରେ ସମ୍ବିତ ଅଭିନୟ କରିଛନ୍ତି । ଏହା ଏକ ପାରିବାରିକ ମନୋରଞ୍ଜନ ଚଳଚ୍ଚିତ୍ର । ଦର୍ଶକଙ୍କୁ ପରିବାର ସହ ଟିଭି ପରଦାରେ ବାନ୍ଧି ରଖିବା ପାଇଁ ‘ବିଶ୍ୱନାଥ‘ ଏକ ରୋନାଣ୍ଟିକ କାହାଣୀ ।

ଗାୟତ୍ରୀଙ୍କ ପରିବାର ସଦସ୍ୟଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିବାରେ ବିଶ୍ୱନାଥ କେତେଦୂର ସଫଳ ହେବ ଏହା ଉପରେ ଚଳଚିତ୍ରର କାହାଣୀ ପର୍ଯ୍ୟବେସିତ ।

Comments are closed.