କିଏ ଧରିବ କଂଗ୍ରେସ ମଙ୍ଗ ,ଖୁବ୍ ଶୀଘ୍ର ହୋଇପାରେ ନିର୍ବାଚନ ତାରିଖ ଘୋଷଣା
ନୂଆଦିଲ୍ଲୀ: କଂଗ୍ରେସରେ ଦିନକୁ ଦିନ ସଙ୍କଟ ବଢ଼ିବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ଦଳ। ଏହାରି ଭିତରେ କଂଗ୍ରେସର କିଏ ହେବ ପରବର୍ତ୍ତୀ ଅଧ୍ୟକ୍ଷ। ସେ ନେଇ ଆଜି ନିର୍ବାଚନ ତାରିଖ ଚୂଡାନ୍ତ ହେବ। ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସୁଛି। ଏହି ବୈଠକରେ ଦଳର ପରବର୍ତ୍ତୀ ସଭାପତି ନିର୍ବାଚନ ନେଇ ତାରିଖ ଘୋଷଣା କରାଯିବ।
ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ରାଜନୀତି ସରଗରମ ରହିଛି। ଏହାରି ଭିତରେ ଦଳ ଆଜି ସିଡବ୍ଲ୍ୟୁସି ବୈଠକ ଡାକିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ବିଦେଶରେ ଥିବା ବେଳେ ଭର୍ଚୁଆଲ ମୋଡରେ ଏହି ବୈଠକରେ ସାମିଲ ହେବେ। ରାହୁଲ ଗାନ୍ଧି ଦଳର ମୁଖିଆ ହେବେ ନା ଆଉ କାହାକୁ ଏହି ଦାୟିତ୍ୱ ଦିଆଯିବ ସେ ନେଇ ବୈଠକରେ ଚର୍ଚ୍ଚା ହେବ।
ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ‘ରାହୁଲଙ୍କୁ ପୁଣି ଥରେ କଂଗ୍ରେସ ସଭାପତି ହେବା ପାଇଁ ବାଧ୍ୟ କରାଯିବ। ତାଙ୍କୁ ମନାଇବା ପାଇଁ ଚେଷ୍ଟା ଚାଲିଛି। ଦଳର ନେତୃତ୍ୱ ନେବା ପାଇଁ ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ନାହାନ୍ତି।’
Comments are closed.