X ବଡ ଦାବି, ଜାଣନ୍ତୁ କଣ

Xରେ ଥିବା କିଛି ଆକାଉଣ୍ଟ ଏବଂ ପୋଷ୍ଟ ଉପରେ ରୋକ୍ ଲଗାଇବାକୁ ଭାରତ ସରକାରଙ୍କ ପକ୍ଷରୁ କୁହାଯାଉଛି। ଏହି ଦାବି କରିଛି ଏଲନ ମସ୍କଙ୍କ ନେତୃତ୍ୱାଧୀନ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X। ପ୍ଲାଟଫର୍ମ କହିଛି ଯେ, ଆମେ ଏପରି ନିର୍ଦ୍ଦେଶନାମାରେ ସହମତ ନାହୁଁ। ଅଭିବ୍ୟକ୍ତିର ସ୍ୱାଧାନତା ଆଧାରରେ ପୋଷ୍ଟ କିମ୍ବା ଆକାଉଣ୍ଟଗୁଡିକୁ ହଟାଯିବା ଉଚିତ୍ ନୁହେଁ।

ଗତକାଲି ମଧ୍ୟରାତ୍ରିରେ Xର ବିଶ୍ୱ ସରକାରୀ ବ୍ୟାପାର ଟିମ୍ ଏନେଇ ଏକ ପୋଷ୍ଟ ଶେଆର୍ କରିଛି, ଯେଉଁଥିରେ ଉଲ୍ଲେଖ କଲାଯାଇଛି, ଭାରତ ସରକାର ପ୍ଲାଟଫର୍ମରେ ଥିବା କିଛି ଆକାଉଣ୍ଟ ଏବଂ ପୋଷ୍ଟ ଉପରେ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇନଗତ ପ୍ରତିବନ୍ଧକ କାରଣରୁ ଆମେ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମାକୁ ସର୍ବସମ୍ମୁଖରେ ପ୍ରକାଶ କରିପାରୁ ନାହୁଁ। କିନ୍ତୁ ସ୍ୱଚ୍ଛତା ପାଇଁ ଏହାକୁ ସାର୍ବଜନୀନ କରିବାକୁ ଆମେ ଜରୁରୀ ବୋଲି ମନେ କରିବାରୁ ଏହି ପୋଷ୍ଟ କରୁଛୁ ବୋଲି ପ୍ଲାଟଫର୍ମ କହିଛି।

Comments are closed.