ଆଜି ବିଶ୍ୱ ସ୍ତରରେ ‘ମଲାଲା ଦିବସ’

ନାରୀମାନଙ୍କ ଶିକ୍ଷାଗତ ଅଧିକାରକୁ ଲଢେଇ କରିଥିବା ସକ୍ରିୟତାବାଦୀ ମଲାଲା ୟୁସିଫଜଈଙ୍କୁ ତ ସମସ୍ତେ ଜାଣନ୍ତି । ୧୯୯୭ରେ ଜନ୍ମିତ ମଲାଲାଙ୍କୁ ସବୁଦିନ ପାଇଁ ମନେ ରଖିବା ପାଇଁ ୨୦୧୪ ମସିହାରୁ ପ୍ରତିବର୍ଷ ୧୨ ଜୁଲାଇରେ ପାଳିତ ହେଉଛି ‘ମଲାଲା ଦିବସ’ । ଏହି ପାକିସ୍ତାନୀ ଯୁବତୀ ୨୦୦୮ ମସିହାଠାରୁ ଶିକ୍ଷାଗତ ଅଭିଯାନ ଆରମ୍ଭ କରିଥିଲେ । ଏନେଇ ତିଲିବାନ୍ ମାନେ ରାଗ ରଖି ତାଙ୍କ ଉପରେ ଗୁଳି ଚାଳନା କରିଥିଲେ, ଫଳରେ ମଲାଲାଙ୍କୁ ଗୁରୁତର ଅବସ୍ଥାରେ ଇଂଲଣ୍ଡ ନିଆଯାଇ ଚିକିତ୍ସା କରାଯାଇଥିଲା । । ବହୁତ କମ୍ ବୟସରେ ସେ ପାଇଥିଲେ ‘ନୋବେଲ ଶାନ୍ତି ପୁରସ୍କାର’ । ଏହା ସହ ଶିକ୍ଷା ଅଧିକାର ଉପରେ ‘ଜାତି ସଂଘ’ରେ ନିଜର ବକ୍ତୃତା ଦେଇଥିଲେ । ‘ମଲାଲା ଦିବସ’କୁ ନିଜ ଦିବସ ନ କହି ଅଧିକାର ପାଇଁ ଲଢୁଥିବା ପ୍ରତ୍ୟେକ ମହିଳା, କିଶୋର ଓ କିଶୋରୀଙ୍କ ଦିବସ ବୋଲି ମଲାଲା କହିଛନ୍ତି ।

Comments are closed.