ଇଂଲଣ୍ଡକୁ ପରାସ୍ତ କରି କ୍ରୋଏସିଆ ବିଶ୍ୱ କପ ଫାଇନାଲରେ ପ୍ରବେଶ

ବୁଧବାର ବିଳମ୍ବିତ ରାତିରେ ଖେଳାଯାଇଥିବା ବିଶ୍ୱ କପ୍ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରି କ୍ରୋଏସିଆ ପ୍ରଥମ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିବା ସହ ଇତିହାସ ରଚିଛି । ୬୭ ମିନିଟ ଧରି ପଛୁଆ ରହିବା ପରେ ନିର୍ଧାରିତ ୯୦ ମିନିଟ ଖେଳକୁ ୧-୧ରେ ଶେଷ କରିଥିଲା କ୍ରୋଏସିଆ । ହେଲେ ଅତିରିକ୍ତ ସମୟରେ ବାଜି ମାରି ନେଲା । ୧୦୯ ମିନିଟରେ ମାରିଓ ମଣ୍ଡଜୋକିଙ୍କ ଗୋଲ୍ ବଳରେ କ୍ରୋଏସିଆ ଫାଇନାଲରେ ପ୍ରବେଶ କରିପାରିଛି । ଇଂଲଣ୍ଡକୁ ୨-୧ରେ ପରାସ୍ତ କରି ରବିବାର ଫ୍ରାନ୍ସ ସହିତ ଫାଇନାଲ ମ୍ୟାଚ୍ ଖେଳିବ କ୍ରୋଏସିଆ ।

ଏଥିସହ କ୍ରୋଏସିଆ ଠାରୁ ସେମିଫାଇନାଲରେ ପରାସ୍ତ ହେବା ପରେ ୧୯୬୬ରେ ବିଶ୍ୱ କପ୍ ଜିତିଥିବା ଇଂଲଣ୍ଡର ଦ୍ୱିତୀୟ ଥର ପାଇଁ ବିଶ୍ୱ କପ୍ ଜିତିବା ସ୍ୱପ୍ନ ଭାଙ୍ଗି ଯାଇଛି ।

Comments are closed.