ବିଶ୍ୱ ରକ୍ତଦାନ ଦିବସର ମହତ୍ତ୍ୱ

ରକ୍ତ ଦାନ ମହାପୂଣ୍ୟ ଅଟେ, ଏହା ତ ସମସ୍ତେ ଜାଣନ୍ତି । ପରନ୍ତୁ ଏହାକୁ କାମରେ କେହି କରି ଦେଖାଇଛନ୍ତି କି ? ସେଥିପାଇଁ ଆଜି ସାରା ବିଶ୍ୱରେ ରକ୍ତଦାନ ଦିବସ ପାଳନ କରାଯାଇଛି, ଯାହା ମାଧ୍ୟମରେ ଲୋକମାନଙ୍କ ମନରେ ରକ୍ତଦାନକୁ ନେଇ ଥିବା ଭୁଲ ଧାରଣାକୁ ଦୁର କରିପାରିବା । କେତେକ ଜାଗାରେ ସଠିକ୍ ରକ୍ତ ନ ମିଳିବାରୁ ବହୁତ ଅମୁଲ୍ୟ ଜୀବନ ଚାଲିଯାଇଛି । ସାଧାରଣତଃ ଲୋକମାନେ ଭାବିଥାନ୍ତି କି, ରକ୍ତଦାନ ଦ୍ୱାରା ଓଜନ କମିଯାଏ ଓ ରୋଗ ସଂକ୍ରମଣ ହୋଇଥାଏ । ଏହି ତଥ୍ୟ ସପୂର୍ଣ୍ଣ ରୂପେ ଭୁଲ, ବରଂ ରକ୍ତଦାନ ଦ୍ୱାରା ଶରୀର ସତେଜ ରୁହେ । ଯଦି ଆପଣ ରକ୍ତଦାନ କରିବା ପାଇଁ ଚାହାନ୍ତି ତେବେ ଆପଣଙ୍କୁ ୧୮ ବର୍ଷ, ରକ୍ତରେ ହିମୋଗ୍ଲୋବିନ୍ ଓ ଓଜନ ପ୍ରାୟ ୪୫ କେଜିରୁ ଅଧିକ ହେବା ଦରକାର । ରକ୍ତଦାନ କରିବା ସମୟର ବ୍ୟବଧାନ ୨ ମାସ ରହିବା କୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Comments are closed.