ରଥଯାତ୍ରା ପାଇଁ ଦଶପଲ୍ଲା ବନାଞ୍ଚଳରୁ ପୁରୀ ଗଲା କାଠ

ନୟାଗଡ଼, ପୁଷ୍ପଲତା ପ୍ରଧାନ : ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ତିନୋଟି ରଥ ନିର୍ମାଣ ପାଇଁ ଆନୁଷ୍ଠାନିକ ଭାବେ ପବିତ୍ର କୁମ୍ଭ ସଂକ୍ରାନ୍ତି ତିଥି ଠାରୁ ଅନୁକୂଳ କାଠ ଯୋଗାଣ ପ୍ରକ୍ରିୟା ନୟାଗଡ ବନଖଣ୍ଡ ଅଧିନରେ ଥିବା ଦଶପଲ୍ଲା ବନାଞ୍ଚଳ ରୁ ଶୁଭାରମ୍ଭ ହୋଇଛି।ଦୁଇଟି ଟ୍ରକ୍ ସାହାଯ୍ୟରେ ପୁରୀ ଅଭିମୁଖେ କାଠ ବୋଝେଇ ଟ୍ରକ କୁ ଦଶପଲ୍ଲା ମହିବୀର କ୍ଷେତ୍ର ଆରାଧ୍ୟ ଦେବତା ଶ୍ରୀ ରଘୁନାଥ ଜୀଉ ଓ ଶ୍ରୀ ମହାବୀର ଜୀଉ ଙ୍କ ମନ୍ଦିର ସମ୍ମୁଖରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଇଥିଲା।ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍ ଡି, ଏ ସି ଏଫ୍ ଅରବିନ୍ଦ ମହାନ୍ତି, ବନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକ ଙ୍କ ତତ୍ତ୍ଵାବଧାନରେ ଶ୍ରୀ ମନ୍ଦିର ରୁ ଆସିଥିବା ଆଜ୍ଞାମାଳ କୁ ଶ୍ରୀ ରଘୁନାଥ ଜୀଉ ଙ୍କ ନିକଟରେ ଅର୍ପଣ କରାଯାଇ ରଥ କାଠକୁ ନିଆଯାଇଥିଲା। ରଥ କାଠ ଯୋଗାଣ ପ୍ରକ୍ରିୟା ୧୦୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଦଶପଲ୍ଲାରୁ ଯୋଗାଣ ହେଉଥିବା ଜଣାପଡିଛି।

Comments are closed.