ସ୍ୱାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଖୋର୍ଦ୍ଧା, ଜଟଣୀ : ସୁବ୍ରତ କୁମାର ନାୟକ : ସ୍ୱାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ବିଏସଏନଏଲ ଛକ ନିକଟରେ । ସୂଚାନୁସାରେ ଆଜି ସନ୍ଧ୍ୟାରେ କୌଣସି କାର୍ଯ୍ୟରେ ଜୟନ୍ତୀ ବାରିକ ନାମକ ଜଣେ ମହିଳା ଘରୁ ବାହାରକୁ ଯାଇଥିବା ବେଳେ ବିଏସଏନଏଲ ଛକ ନିକଟ ରାସ୍ତାରେ ଅନ୍ଧାରୁଆ ଗଳିର ସୁଯୋଗ ନେଇ ମହିଳାଙ୍କ ସ୍ୱାମୀ ପ୍ରଦ୍ୟୁମ୍ନ ବାରିକ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ଆକ୍ରମଣ କରିଥିଲେ । ସେଠାରେ ଥିବା ସ୍ଥାନୀୟ ଲୋକେ ମହିଳାଙ୍କ ପାଟି ଶୁଣି ଦୋୖଡି ଆସିବା ଫଳରେ କାଣ୍ଡ ଭିଆଇଥିବା ସ୍ବାମୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ପରେ ଲୋକେ ସଙ୍ଗେ ସଙ୍ଗେ ଆହତ ମହିଳାଙ୍କୁ ସ୍ଥାନୀୟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଜଟଣୀ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

Comments are closed.