କୁଆଖାଇ ନଦୀକୁ ଡେଇଁ ପଡିଥିବା ମହିଳାଙ୍କୁ ଉଦ୍ଧାର

ପାରିବାରିକ କଳହକୁ କେନ୍ଦ୍ର କରି ରାଜଧାନୀ ଭୁବନେଶ୍ୱର ସ୍ଥିତ କୁଆଖାଇ ନଦୀକୁ ଡେଇଁ ପଡିଥିବା ମହିଳାଙ୍କୁ ଉଦ୍ଧାର କରାଯାଇଛି । ଟଙ୍କପାଣୀ ରୋଡ ନିକଟସ୍ଥ ନଦୀରୁ ଅଗ୍ନିଶମ ବିଭାଗକର୍ମୀଙ୍କ ଦ୍ୱାରା ମହିଳାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଉକ୍ତ ମହିଳାଙ୍କ ନାମ ସୁମିତ୍ରା ଥିବାବେଳେ ସେ ଭୁବନେଶ୍ୱର ନୟାପଲ୍ଲୀ ଅନ୍ତର୍ଗତ ବେହେରା ସାହିରେ ରହୁଥିଲେ ।

Comments are closed.