ବଦଳିବ ଟୁଇଟର ଲୋଗ ?

ନୂଆଦିଲ୍ଲୀ: ବଦଳିଛି ଟ୍ବିଟର୍‌ର ଲୋଗୋ। ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଏଲୋନ୍ ମସ୍କ ଗତ ବର୍ଷ ଅକ୍ଟୋବରରେ କମ୍ପାନୀର ଦିୟିତ୍ବ ଗ୍ରହଣ କରିବା ପରଠାରୁ ସାଇଟରେ ନୂତନ ନୀତି ଏବଂ ପରିବର୍ତ୍ତନ ଆଣିବା ଦିଗରେ ସଦା ସକ୍ରିୟ ରହୁଛନ୍ତି। ଏବେ ପୁଣି ଥରେ ଏହି କୋଟିପତି ୫୧ ବର୍ଷୀୟ ବ୍ୟବସାୟୀ ଜଣକ ଆଇକନିକିକ୍‌ ‘ବ୍ଲୁ ବାର୍ଡ’ ଲୋଗୋକୁ ହଟାଇ ‘ଡଗି’କୁ ବଦଳାଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ,‘ବ୍ଲୁ ବାର୍ଡ’ ଲୋଗୋ ୱେବ୍ ସଂସ୍କରଣରେ ଏକ ହୋମ୍ ବଟନ୍ ଭାବେ କାର୍ଯ୍ୟ କରୁଥିବା ବେଳେ ସୋମବାର ଟ୍ୱିଟର ବ୍ୟବହାରକାରୀମାନେ ‘ଡଗି’ ଲୋଗୋ ଦେଖିବାକୁ ପାଇଛନ୍ତି। ଏହି ଲୋଗୋଟି ୨୦୧୩ ମସିହାରୁ ତିଆରି ହୋଇଥିଲା।

ମସ୍କ ତାଙ୍କ ଆକାଉଣ୍ଟରେ ଏକ ହାସ୍ୟସ୍ପଦ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ କାରରେ ଥିବା ‘ଡଗି’ ମିମ୍‌ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ଦେଖୁଥିବା ପୁଲିସ ଅଧିକାରୀଙ୍କୁ କହିଛନ୍ତି ଯେ ତାହା ତାଙ୍କର ପୁରୁଣା ଫଟୋ ବୋଲି।

Comments are closed.