ଶିଗାଓଁ ନିର୍ବାଚନ ଲଢ଼ିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ହାଭେରୀ ଜିଲ୍ଲା ଅଧୀନ ତାଙ୍କ ହୋମ୍‌ଟାଉନ୍‌ ଶିଗାଓଁରୁ ପୁନଃ ନିର୍ବାଚନ ଲଢ଼ିବେ। ବୋମାଇ ଆଜି ଏନେଇ ତାଙ୍କ ମନକଥା କହିଛନ୍ତି। ଶିଗାଓଁ ଆସନରୁ ପ୍ରାର୍ଥିତ୍ବ ଘୋଷଣା କରିବା ସହ ବୋମାଇ କହିଛନ୍ତି, ରାଜ୍ୟରେ ସରକାରଙ୍କ ପ୍ରତି ଲୋକଙ୍କ ସମର୍ଥନ ବଢ଼ୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ସରକାର ଦେଶରେ ଅନେକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିଛି ବୋଲି ସେ କହିଛନ୍ତି। ବୋମାଇ କହିଛନ୍ତି, ସେ ଏବଂ ତାଙ୍କ ଦଳ ଆଗାମୀ ନିର୍ବାଚନ ଲଢ଼ିବାପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ମୁଖ୍ୟମନ୍ତ୍ରୀ ବୋମାଇ ଆଜି କଂଗ୍ରେସ ଉପରେ ବର୍ଷିଛନ୍ତି। ଉପା କ୍ଷମତା‌ରେ ଥିବାବେଳେ ଦେଶରେ ପ୍ରବଳ ଦୁର୍ନୀତି ହୋଇଥିଲା ଏବଂ ଏଥିଯୋଗୁଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି ‌ବୋଲି ସେ ଅଭି‌ଯୋଗ କରିଛନ୍ତି।

Comments are closed.