ଗେହଲୋଟ ସମର୍ଥନରେ କଂଗ୍ରେସ,ନିରାଶ ହେବେକି ଶଶି ଥରୁର
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରୋଚକ ହେବାକୁ ଯାଉଛି | ତାଜା ସୂଚନା ମୁତାବକ ସାଂସଦ ଶଶି ଥରୁର ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ମଧ୍ୟରେ ମୁକାବିଲା ହୋଇପାରେ। ଥରୁର ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି | ଆଜି ଜୟପୁରରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ଯେଉଁଥିରେ ରାଜସ୍ଥାନରେ ନୂତନ ମୁଖ୍ୟମନ୍ତ୍ରୀ ଏବଂ ଗେହଲୋଟଙ୍କ ଇସ୍ତଫା ବାବଦରେ ଘୋଷଣା କରାଯାଇପରେ। ତେବେ ଏହି ସମୟରେ, ଦଳର ଅନେକ ନେତା ଗେହଲୋଟ ହିଁ ନେହେରୁ-ଗାନ୍ଧୀ ପରିବାର ପ୍ରତି ବିଶ୍ୱସ୍ତ ବୋଲି କହି ତାଙ୍କ ସମର୍ଥନରେ ବାହାରିଛନ୍ତି। ଖୋଦ ଥରୁରଙ୍କ ରାଜ୍ୟର ସାଂସଦମାନେ ମଧ୍ୟ ଗେହଲୋଟଙ୍କ ସମର୍ଥନରେ ବାହାରିଛନ୍ତି |
କେରଳର କଂଗ୍ରେସ ସାଂସଦ କନ୍ନଥ ମୁରଲୀଧରନଙ୍କ କହିଛନ୍ତି ଯେ କଂଗ୍ରେସ ସାଂସଦ ଥରୁର ଦଳର ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ କାରଣ ସୋନିଆ ଗାନ୍ଧୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ନିର୍ବାଚନରେ କେହି ବି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଗେହଲୋଟ୍ ଜିତିବାର ସମ୍ଭାବନାକୁ ସୂଚାଇ ମୁରଲୀଧରନ୍ କହିଛନ୍ତି, “ଅଶୋକ ଗେହଲୋଟ୍ ଖୋଲାଖୋଲି ଭାବେ କହିଛନ୍ତି ଯେ ସେ ନେହେରୁ-ଗାନ୍ଧୀ ପରିବାରକୁ ସମର୍ଥନ କରନ୍ତି। ତେଣୁ ଯଦି ସେ ପ୍ରାର୍ଥୀ ହେବେ, ତେବେ ଆମର ଭୋଟ୍ ଅଶୋକ ଗେହଲୋଟଙ୍କ ପାଖକୁ ହିଁ ଯିବ। ସେ ଜଣେ ବରିଷ୍ଠ ବ୍ୟକ୍ତି ଓ ଏହି ପଦବୀ ପରିଚାଳନା କରିବାକୁ ଦକ୍ଷ ବ୍ୟକ୍ତି। ” ସେ ଆହୁରି କହିଛନ୍ତି, ରାହୁଲ ଗାନ୍ଧୀ ଦଳର ନେତୃତ୍ୱ ନେବେ, କିନ୍ତୁ ସେ କୌଣସି ପଦ ଗ୍ରହଣ କରିବେ ନାହିଁ।
Comments are closed.