କାହିଁକି ସଚିନଙ୍କୁ ଏମିତି କହିଲେ ଗେହଲଟ

ନୂଆଦିଲ୍ଲୀ :ବହୁଦିନ କଂଗ୍ରେସ ସଭାପତି କୁ ନେଇ ଚାଲିଥିବ ବିବାଦ ଏବେବି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣି ସଚିନ ପାଇଲଟଙ୍କ ଉପରେ ବର୍ଷିଛନ୍ତି। କଂଗ୍ରେସ ସଭାପତି ପାଇଁ ନିର୍ବାଚନ ଲଢ଼ିଥିଲେ ତାଙ୍କ ସ୍ଥାନରେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବେ ବୋଲି କଳ୍ପନାଜଳ୍ପନା ଦେଖାଦେଇଥିଲା। ତେଣୁ ସଚିନଙ୍କ ନାଁ ଧରି ନଥିଲେ ମଧ୍ୟ ସେ ତାଙ୍କୁ ଆଜି ଟାର୍ଗେଟ କରିଛନ୍ତି। ଗେହଲଟ କହିଛନ୍ତି, ସଚିନ ମୁଖ୍ୟମନ୍ତ୍ରୀ ହେବେ ବୋଲି ଶୁଣିବା ପରେ ବିଧାୟକମାନେ ଉତ୍ତେଜିତ ହୋଇଯାଇଥିଲେ। ଯେତେବେଳେ ମୁଖ୍ୟମନ୍ତ୍ରୀ ବଦଳନ୍ତି ସେତେବେଳେ ଏହା ସ୍ବାଭାବିକ ଯେ ପ୍ରାୟ ୮୦ରୁ ୯୦ ପ୍ରତିଶତ ବିଧାୟକ ପକ୍ଷ ବଦଳାଇଥାନ୍ତି। ଏହା ଭୁଲ ବୋଲି ମୁଁ କହୁନାହିଁ। କିନ୍ତୁ ରାଜସ୍ଥାନରେ ନୂଆ ଘଟଣା ଘଟିଲା। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଜଣଙ୍କ ନାମ ଶୁଣିବା ପରେ ବିଧାୟକମାନେ ଉତ୍ତେଜିତ ହୋଇ ବିଦ୍ରୋହ ଆରମ୍ଭ କରିଦେଇଥିଲେ। ମୁଁ ଜୟସାଲମେରରେ ଥିଲି। କିନ୍ତୁ ବିଧାୟକମାନେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଅନୁମାନ ଲଗାଇଥିଲେ।

ଉଲ୍ଲେଖଯୋଗ୍ୟ, ଗେହଲଟଙ୍କ ଅନୁଗତ ବିଧାୟକ ଗତ ରବିବାର ସେମାନଙ୍କ ଇସ୍ତଫା ପତ୍ର ବାଚସ୍ପତିଙ୍କୁ ପ୍ରଦାନ କରିଥିଲେ। ସମ୍ଭବତଃ ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନଦେବା ପାଇଁ ବିଧାୟକମାନେ ଏହା କରିଥିଲେ। ରାଜସ୍ଥାନରେ ଗେହଲଟ ବନାମ ପାଇଲଟ ଲଢ଼େଇ ସାମ୍ନାକୁ ଆସିବା ପରେ ଶେଷରେ ଗେହଲଟ କଂଗ୍ରେସ ସଭାପତି ପଦ ଦୌଡ଼ରୁ ବାଦ୍ ପଡ଼ିଛନ୍ତି। କିନ୍ତୁ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବଦଳିବେ କି ନାହିଁ ସେ ନିଷ୍ପତ୍ତି ହାଇକମାଣ୍ଡ ନେବେ‌ ବୋଲି ଗେହଲଟ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆସନରେ ରହିବା ନେଇ ଅନିଶ୍ଚିତତା ଲାଗି ରହିଥିଲେ ମଧ୍ୟ ଗେହଲଟ ବଜେଟ୍ ପ୍ରସ୍ତୁତି ପାଇଁ ଲୋକଙ୍କ ମତାମତ ଲୋଡ଼ିଛନ୍ତି।

Comments are closed.