ସୁପ୍ରିକୋର୍ଟଙ୍କ ନିଷ୍ପତ୍ତିକୁ ଅବମାନନା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟ ସହ ବି ଚାଲାକି ଖେଳୁଥିବା ପେରି କଂସଗ୍ରାଙ୍କୁ ବିଚାର ଲାଗି ଭାରତ ଆଣିବା ନିମନ୍ତେ ସିବିଆଇକୁ ଆଦେଶ ଦିଆଯାଇଥିଲା। ଏ ବାବଦରେ ଏପର୍ଯ୍ୟନ୍ତ କ’ଣ କରାଯାଇଛି ତା’ର ରିପୋର୍ଟ ଦେବା ପାଇଁ ସର୍ବୋଚ୍ଚ ଅଦାଲତ ସିବିଆଇକୁ ଆଦେଶ ଦେଇଛନ୍ତି।

କଂସଗ୍ରାଙ୍କର ଦୁଇଟି ସମ୍ପତ୍ତି ଗୁଜରାଟର ରାଜକୋଟରେ ଅଛି। ତାଙ୍କ ସମ୍ପତ୍ତି ଦୁଇଟିକୁ ଜବତ କରିବା ପାଇଁ ତାଙ୍କର ପରିତ୍ୟକ୍ତା ସ୍ତ୍ରୀ ଆବେଦନ କରିଥିଲେ। ଏ ବାବଦରେ କ’ଣ ପଦକ୍ଷେପ ନିଆଯାଇଛି ବୋଲି ବୋଲି କୋର୍ଟ ରାଜକୋଟର ରେଜିଷ୍ଟ୍ରାର ଅଫ୍ ଆସିଓରାନ୍ସେସଙ୍କୁ ପଚାରିଥିଲେ। ଏହାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୮ ତାରିଖରେ ଥିବାବେଳେ ଉଭୟ ସିବିଆଇ ଏବଂ ରେଜିଷ୍ଟ୍ରାର ତାଙ୍କର ରିପୋର୍ଟ ସେହିଦିନ ପ୍ରଦାନ କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ନିଜର ପରିତ୍ୟକ୍ତ ସ୍ତ୍ରୀ ପାଖରୁ ପୁଅକୁ ନେବା ପାଇଁ ମିଛ କହିବା, ଜାଲିଆତି କରିବା ଅଭିଯୋଗରେ ପ୍ରଧାନବିଚାରପତି ୟୁୟୁ ଲଳିତ ଓ ଜଷ୍ଟିସ୍ ପିଏସ୍ ନରସିଂହଙ୍କ ଖଣ୍ଡପୀଠ ଜୁଲାଇ ୧୧ ତାରିଖରେ କଂସଗ୍ରାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କିନ୍ତୁ ସେ କୋର୍ଟଙ୍କୁ ଠକି ପୁଅକୁ ନେଇ ଭାରତ ଛାଡ଼ି ପଳାଇଥିବା ବେଳେ ଆଉ କୋର୍ଟରେ ହାଜର ହେଉ ନାହାନ୍ତି।

Comments are closed.