ଭୋଜନ ପରେ କାହିଁକି ଖାଆନ୍ତୁ ପାନମଧୁରୀ

ଆମେ ଅନେକ ସମୟରେ ଦେଖିବାକୁ ପାଇଥାଉ କି ହୋଟେଲର କ୍ୟାସ କାଉଣ୍ଟର ନିକଟରେ ଏକ ପ୍ଲେଟରେ ପାନମଧୁରୀ ଓ ମିଶ୍ରି ମିଶାଇ ରଖାଯାଇଥାଏ । ଲୋକମାନେ ଭୋଜନ କରସାରିବା ପରେ ଏହାକୁ କିଛିମାତ୍ରାରେ ନେଇ ଖାଇଥାନ୍ତି । ଏହାସହ ଅନେକ ଲୋକ ଡବାରେ ଏହି ପାନ ମଧୁରୀ ଓ ମିଶ୍ରିକୁ ମିଶାଇ ପକେଟରେ ରଖିଥାନ୍ତି ଓ ଭୋଜନ ପରେ ଏହାକୁ ସେବନ କରିଥାନ୍ତି । ହେଲେ ଏହା ପଛରେ କଣ ରହିଛି କାରଣ ଆସନ୍ତୁ ଜାଣିବା ।

କିଛି ଲୋକଙ୍କର ଧାରଣା ଥାଏ କି ଖାଇବା ପରେ ପାଟିରୁ ବାହାରୁ ଥିବା ଖାଦ୍ୟର ବାସ୍ନାକୁ ଦୂର କରିବାକୁ ଏଭଳି ପାନ ମଧୁରୀ ଓ ମିଶ୍ରି ସେବନ କରାଯାଏ । ଏହା କେତେକାଂଶରେ ସତ୍ୟ ହୋଇଥିଲେ ବି ପାନ ମଧୁରୀ ଓ ମିଶ୍ରିରେ ଅନେକ ଗୁଣ ରହିଛି ।

ପାନ ମଧୁରୀ ଓ ମିଶ୍ରି ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଏଥିରେ ଥିବା ପୋଷକ ତତ୍ୱ ଶରୀର ପାଇଁ ଖୁବ ହିତକର । ଶରୀରରେ ଥିବା ହିମୋଗ୍ଲୋବିନ ସ୍ତରର ଯେକୌଣସି ଅସୁବିଧାକୁ ପାନ ମଧୁରୀ ଓ ମିଶ୍ରି ଦୂର କରିବାରେ ସହାୟକ ହୋଇଥାଏ ।

ଅନ୍ୟପଟେ ଏନିମିଆ ରୋଗରେ ପୀଡିତ ହୋଇ ତ୍ୱଚା ସେଥାଳିଆ ପଡୁଥିଲେ ଏହାର ସେବନ ଦ୍ୱାରା ଉପକାର ମିଳିଥାଏ । ମୁଣ୍ଡ ବୁଲାଇବା ଓ ଥକ୍କା ଲାଗିବା ସମସ୍ୟାରୁ ମଧ୍ୟ ଉପକାର ମିଳେ । କେବଳ ସେତିକି ନୁହେଁ ଥଣ୍ଡା ଓ କାଶ ହେଉଥିଲେ ପାନ ମଧୁରୀ ଓ ମିଶ୍ରି ସେବନ ଦ୍ୱାରା ଆପଣ ସୁସ୍ଥ ହୋଇପାରିବେ । ଆପଣଙ୍କୁ ଥଣ୍ଡା ବା କାଶ ହେଉଥିଲେ ଆପଣ ପାନ ମଧୁରୀ ଓ ମିଶ୍ରିକୁ ପାଣିରେ ଫୁଟାଇ ପିଇଲେ ଆରାମ ମିଳିଥାଏ । ଏହାସହ ପାଟିରୁ ଦୁର୍ଗନ୍ଧ ବାହାରୁ ଥିଲେ ପାନ ମଧୁରୀ ମିଶ୍ରି ତାହାକୁ ଦୂର କରିଥାଏ ।

Comments are closed.