କହୁଣୀ ବାଜିଲେ କାହିଁକି କରେଣ୍ଟ ମାରିଲା ଭଳି ଲାଗେ?
ଭୁବନେଶ୍ୱର: ଆପଣ ସମସ୍ତେ ନିଶ୍ଚୟ କେବେ ନା କେବେ ଏକଥା ଭୋଗିଥିବେ । ଆପଣଙ୍କ କହୁଣୀରେ ଆଘାତ ଲାଗିଲେ କିମ୍ବା ଅଜାଣତରେ ବାଜିଗଲେ ଦେହରେ କରେଣ୍ଟ ଭଳି କିଛି ଅନୁଭବ ହୋଇଥାଏ । ଆଉ ଆମେ ସଙ୍ଗେ ସଙ୍ଗେ କହିଦେଉ ଓହୋ ସେନସିଟିଭ ଜାଗାରେ ବାଜିଗଲା । କିନ୍ତୁ ଏହା କାହିଁକି ଘଟେ ଆପଣ ଜାଣନ୍ତି କି ? ଏ ବିଷୟରେ ଆପଣ କେବେ ଚିନ୍ତା କରିଛନ୍ତି କି ? ତେବେ ଆସନ୍ତୁ ଜାଣିବା କଣ ପାଇଁ ଏମିତି ହୁଏ ।
ବିଶେଷଜ୍ଞମାନେ କୁହନ୍ତି କି କହୁଣୀ ହାଡକୁ ମଜାଳିଆ ହାଡ କୁହାଯାଏ । ଯେତେବେଳେ ଏହି ଅସ୍ଥି କୌଣସି କଠିନ ବସ୍ତୁ ସହ ଧକ୍କା ହୁଏ ଏହା କରେଣ୍ଟ ସୃଷ୍ଟି କରେ । ଏହାର ମୁଖ୍ୟ କାରଣ ହେଉଛି ଅଲାର୍ନ ସ୍ନାୟୁ । ଯାହା ଏହି ଅଂଶ ଦେଇ ଯାଇଥାଏ । ତେବେ କାହିଁକି ଏହି ହାଡକୁ ମଜାଳିଆ ହାଡ କୁହାଯାଏ ଏବଂ କରେଣ୍ଟ ପରି ଝଟକା ଲାଗେ ଜାଣି ନିଅନ୍ତୁ ।
କାନ୍ଧ କାନ୍ଧ ମଧ୍ୟରେ ଏହି ହାଡକୁ ହ୍ୟୁମରସ କୁହାଯାଏ । ଏହାର ନାମ ଫନି ବୋନ୍ସ । ଏହା ମଜାଳିଆ ହାଡ ମଧ୍ୟ କୁହାଯାଏ । ଏମିତିବି କୁହାଯାଏ ଯେ ଯେତେବେଳେ ଏହି ହାଡକୁ କୌଣସି ଜିନିଷ ଧକ୍କା ଦିଏ ସେତେବେଳେ ଲାଗେ ଯେମିତି ଇଲେକ୍ଟ୍ରିକ କରେଣ୍ଟ ଲାଗିଥାଏ । କିନ୍ତୁ ତାହା ପ୍ରକୃତ କଥା ନୁହେଁ । ଏହା ଏକ ପରିହାସ ଭଳି ହୋଇଥାଏ । ତେଣୁ ଏହାକୁ ଫନି ବୋନ କୁହାଯାଏ ।
ରିପୋର୍ଟ ଅନୁଯାୟୀ କୁହାଯାଇଛି କି ଶରୀରରେ ଅର୍ଲାନ ସ୍ନାୟୁ ରହିଛି । ଏହି ସ୍ନାୟୁ ମେରୁଦଣ୍ଡରେ ଆରମ୍ଭ ହୋଇ କାନ୍ଧ ସହ ଆମ ହତ ଦେଇ ଆଙ୍ଗୁଠିରେ ପହଞ୍ଚେ । ଏହି ସ୍ନାୟୁ କାନ୍ଧର ହାଡକୁ ରକ୍ଷା କରିବା ପାଇଁ କାମ କରେ । ଅର୍ଥାତ ଯେବେ ବି ଏହି ସ୍ନାୟୁ ଉପରେ କିଛି ଆଘାତ ହୁଏ, ବ୍ୟକ୍ତି ଅନୁଭବ କରେ ଯେ ଏହାର ପ୍ରଭାବ ହାଡରେ ଘଟିଛି । ଯେତେବେଳେ କି ଅର୍ଲାନ ସ୍ନାୟୁ ସିଧାସଳଖ ପ୍ରଭାବିତ ହୋଇଥାଏ । ତେବେ ନ୍ୟୁରନ ଗୁଡିକ ମସ୍ତିଷ୍କକୁ ସିଗନାଲ ପଠାନ୍ତି । ଫଳରେ ପ୍ରତିକ୍ରିୟା ସମୟରେ କରେଣ୍ଟ ପରି ଏକ ଝଟକା ଲାଗିଥାଏ ।
କେବଳ କାନ୍ଧ ଦେଇ ଯାଉଥିବା ଅଂଶ ଚର୍ମ ଓ ଚର୍ବିରେ ଘୋଡ଼େଇ ହୋଇ ରହିଛି । ଏହିପରି ଯେବେ କାନ୍ଧରେ କିଛି ଆଘାତ ହୁଏ ତେବେ ଏହି ସ୍ନାୟୁକୁ ମଧ୍ୟ ଆଘାତ ଲାଗିଥାଏ । ଅର୍ଥାତ ଅର୍ଲାନ ସ୍ନାୟୁରେ ଆଘାତ ଲାଗେ । ତେବେ ସିଧାସଳଖ ସ୍ନାୟୁ ଉପରେ ପଡୁଥିବା ଏହି ଚାପ ସେହି ଜାଗାଗୁ ଝିମ୍ଝିମ୍ କରିଦିଏ । କହିବାକୁ ଗଲେ ଏହା ଯୋଗୁଁ ଏକପ୍ରକାର ଭିନ୍ନ ଯନ୍ତ୍ରଣା ଅନୁଭବ ହୁଏ । ଏହି ଯନ୍ତ୍ରଣା ହାଡ ପାଇଁ ହୋଇନଥାଏ ବରଂ ଅର୍ଲାନ ସ୍ନାୟୁ ପାଇଁ ହୋଇଥାଏ । ଯାହା ହାଡର ସୁରକ୍ଷା ପାଇଁ କାର୍ଯ୍ୟ କରୁଛି ।
ତେବେ ହାତ ହେଉଛି ଶରୀର ପାଇଁ ଅତି ଜରୁରୀ । ଏହି କହୁଣୀର ଚଳପ୍ରଚଳ ଯୋଗୁଁ ଆମେ ବିଭିନ୍ନ କାମ କରି ପାରୁ । ଖାଇବା ଠାରୁ ଆରମ୍ଭ କରି ହାତ ଜରିଆରେ ଯାହାବି କାର୍ଯ୍ୟ କରୁ ସେ ସବୁ କହୁଣୀର ସହାୟତାରେ ହିଁ ହୋଇଥାଏ । ତଥାପି କହୁଣୀ ହେଉଛି ଅତି ସମ୍ବେଦନଶୀଳ ଅଙ୍ଗ । ଏହା କୌଣସି ଜାଗାରେ ବାଜିଗଲେ କଷ୍ଟ ନିଶ୍ଚୟ ହୁଏ । ତେବେ ଅଜାଣତରେ ବାଜିଗଲେ ବିଶେଷ ଭାବେ କରେଣ୍ଟ ଲାଗିଲା ଭଳି ଅନୁଭବ ହୁଏ ।
Comments are closed.