କାହିଁକି ଏମିତି କହିଲେ ସୁଶୀଲ ମୋଦି

ନୂଆଦିଲ୍ଲୀ: ମଣିପୁରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ ଜେଡି(ୟୁ)କୁ ଭାରତୀୟ ଜନତା ପାର୍ଟି ଏକ ବଡ ଝଟକା ଦେଇଛି। ମଣିପୁରରେ ଜେଡି(ୟୁ)ର ୬ଜଣ ବିଧାୟକଙ୍କ ମଧ୍ୟରୁ ୫ଜଣ ବିଜେପିରେ ସାମିଲ ହେବା ପରେ ଏବେ ପୁଣି ଥ‌ରେ ବିଜେପି- ଜେଡି(ୟୁ) ମୁହାଁ ମୁହିଁ ହୋଇଛନ୍ତି। ୫ଜଣ ବିଧାୟକ ବିଜେପିରେ ସାମିଲ ହେବା ପରେ ରାଜ୍ୟସଭା ସାଂସଦ ତଥା ବିହାର ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦୀ କହିଛନ୍ତି ଯେ ବର୍ତ୍ତମାନ ଅରୁଣାଚଳ ପ୍ରଦେଶ ପରେ ମଣିପୁର ମଧ୍ୟ ଜେଡି(ୟୁ) ମୁକ୍ତ ହୋଇଛି।
ଏହା ବ୍ୟତୀତ ସୁଶୀଲ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଖୁବ୍ ଶୀଘ୍ର ଆମେ ବିହାରରେ ଜେଡିୟୁ-ଆରଜେଡି ଗଠବନ୍ଧନ ଭାଙ୍ଗି ରାଜ୍ୟକୁ ଜେଡିୟୁ ମୁକ୍ତ କରିବୁ। ନୀତୀଶଙ୍କୁ ଟା‌ର୍ଗେଟ କରି ସେ କହିଛନ୍ତି ଯେ, ହୋର୍ଡିଙ୍ଗ ଏବଂ ପୋଷ୍ଟର ଲଗାଇ କେହି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।

ତେବେ ସୁଶୀଲ ମୋଦୀଙ୍କ ଅରୁଣାଚଳ ପ୍ରଦେଶ ପରେ ମଣିପୁର ମଧ୍ୟ ଜେଡି(ୟୁ) ମୁକ୍ତ ହେବା ବିବୃତି ଉପରେ ପ୍ରତିକ୍ରିୟା ଦେଇ ଜେଡିୟୁର ଜାତୀୟ ସଭାପତି ରାଜୀବ ରଂଜନ ସିଂ କହିଛନ୍ତି ଯେ, ସୁଶୀଲଜୀ ଆପଣଙ୍କୁ ମନେ ପକାଇବାକୁ ଚାହୁଁଛି ଯେ ଉଭୟ ଅରୁଣାଚଳ ଏବଂ ମଣିପୁରରେ ଜେଡି (ୟୁ) ବିଜେପିକୁ ପରାସ୍ତ କରି ଆସନ ଜିତିଥିଲା। ତେଣୁ ଏହି ଦୁଇ ରାଜ୍ୟ ଜେଡି(ୟୁ) ମୁକ୍ତି ହୋଇଛି ବୋଲି ସ୍ୱପ୍ନ ଦେଖ ନାହିଁ। ଆପଣଙ୍କର ମନେ ଥିବ ଯେ ୨୦୧୫ରେ ପ୍ରଧାନମନ୍ତ୍ରୀ ୪୨ଟି ବୈଠକ କରି ୫୩ଟି ସିଟ୍ ଜିତିଥିଲେ। ହେଲେ ୨୦୨୪ରେ ଦେଶ ବିଜେପି ମୁକ୍ତ ହେବ। ଅପେକ୍ଷା କର।

Comments are closed.