କେସିଆର୍’ଙ୍କ ଝିଅ କାହିଁକି ଏମିତି କହିଲେ ମୋଦିଙ୍କୁ
ହାଇଦ୍ରାବାଦ : ଦକ୍ଷିଣ ଭାରତର ରାଜ୍ୟ ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁକୁ ଦୁଇଦିନିଆ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ ତେଲେଙ୍ଗାନା ଯାଇଥିଲେ। ‘ରାମଗୁଣ୍ଡମ୍ ଫର୍ଟିଲାଇଜର୍ସ୍ ଆଣ୍ଡ୍ କେମିକାଲ୍ସ୍ ଲିମିଟେଡ୍ ପ୍ଲାଣ୍ଟ୍’ ଏବଂ ପେଡ୍ଡାପଲ୍ଲୀ ଜିଲ୍ଲାରେ ଭଦ୍ରାଚଳମ୍ ରୋଡ୍-ସାତ୍ତୁପଲ୍ଲୀ ରେଳଲାଇନ୍ ସମେତ ସେଠାରେ ସେ ପ୍ରାୟ ୧୦,୦୦୦ କୋଟି ଟଙ୍କାର କେତେକ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍ଘାଟନ କରିଥିଲେ। ୨୦୧୬ ଅଗଷ୍ଟ ୭ ତାରିଖରେ ‘ରାମଗୁଣ୍ଡମ୍ ପ୍ରକଳ୍ପ’ର ଶିଳାନ୍ୟାସ କରିଥିଲେ।
କେ. କବିତା କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ମୋଦୀ ତେଲେଙ୍ଗାନା ଗସ୍ତରେ ଆସିଛନ୍ତି। କିନ୍ତୁ, ରାଜ୍ୟ ପାଇଁ ସେ କିଛି ନ ଆଣି ଖାଲି ହାତରେ ଆସିଛନ୍ତି। ସେ ଗୁଡ଼ାଏ ଅଯଥା ବିବୃତି ଦେଇ ସେ ଚାଲିଯିବେ। ସେ ଆମ ପାଇଁ କିଛି କରିବେ ନାହିଁ।
Comments are closed.