କେରଳ ସରକାରଙ୍କୁ ସୁପ୍ରିମକୋର୍ଟ ଝଟକା

ତିରୁବନନ୍ତପୁରମ୍‌: ବିଶ୍ବବିଦ୍ୟାଳୟ ଚଳାଇବା ପ୍ରସଙ୍ଗରେ ରାଜ୍ୟପାଳ ଆରିଫ୍‌ ମହମ୍ମଦ୍‌ ଖାଁଙ୍କ ସହିତ ବିବାଦ କରୁଥିବା ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କ ସରକାରଙ୍କ ପ୍ରତି ଅଦାଲତଙ୍କ ରାୟକୁ ଶକ୍ତ ଧକ୍କା ବୋଲି କୁହାଯାଉଛି। ନିଯୁକ୍ତି ପ୍ରକ୍ରିୟାରେ ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ କମିସନ୍‌’ର ମାର୍ଗଦର୍ଶିକା ଉଲ୍ଲଂଘନ କରାଯାଇଥିବାରୁ ‘କେରଳ ୟୁନିଭର୍ସିଟି ଅଫ୍‌ ଫିସେରିଜ୍‌ ଆଣ୍ଡ୍‌ ଓସେନ୍‌ ଷ୍ଟଡିଜ୍‌’ରେ କୁଳପତି ଭାବେ ଡକ୍ଟର୍‌ ରିଜି ଜନ୍‌ଙ୍କ ନିଯୁକ୍ତିକୁ ବେଆଇନ କହି କେରଳ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।

ଏଥିସହ, ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ କମିସନ୍‌’ର ମାର୍ଗଦର୍ଶିକା ଅନୁଯାୟୀ ଜଣେ ନୂଆ କୁଳପତିଙ୍କୁ ନିଯୁକ୍ତି ଦେବା ନିମନ୍ତେ ଅଦାଲତ ସମ୍ପ୍ରତି ବିଶ୍ବବିଦ୍ୟାଳୟମାନଙ୍କର କୁଳାଧିପତି ଥିବା ରାଜ୍ୟପାଳ ଖାଁଙ୍କୁ ନିର୍ଦେଶ ଦେଇଛନ୍ତି।

ନିଯୁକ୍ତିରେ ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ କମିସନ୍‌’ର ମାର୍ଗଦର୍ଶିକା ଉଲ୍ଲଂଘନ ହୋଇଥିବା ଦର୍ଶାଇ ଗତ ମାସରେ ରାଜ୍ୟପାଳ ତଥା କୁଳାଧିପତି ଖାଁ ଡକ୍ଟର୍‌ ଜନ୍‌ଙ୍କ ସମେତ ୯ଟି ବିଶ୍ବବିଦ୍ୟାଳୟର କୁଳପତିମାନଙ୍କୁ ଇସ୍ତଫା ଦେବାକୁ କହିଥିଲେ।

Comments are closed.