ପିସିକୁ ନେଇ ଏମିତି କହିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ସାଂସଦ ଥିବା ତୀରଥ ସିଂହ ରାୱତ୍‌ କହିଛନ୍ତି। ସତ ବୋଲି ଜଣାପଡୁଥିବା ଗୋଟାଏ ଭିଡିଓରେ ରାୱତ୍‌ ରାଜ୍ୟରେ ଚାଲିଥିବା ‘କମିସନ୍‌ଖୋରୀ’ ବିଷୟରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, କମିସନ୍‌ ରାଜ୍ୟରେ ସଂସ୍କୃତି ପାଲଟି ଗଲାଣି। ନିର୍ଦ୍ଧାରିତ କମିସନ୍‌ ନ ଦେଇ କୌଣସି କାର୍ଯ୍ୟ କରାଯାଇ ପାରିବ ନାହିଁ।

ସେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ଥିଲି। ବୋଧହୁଏ ଏକଥା କହିବା ଅନୁଚିତ। କିନ୍ତୁ, ଏକଥା ସ୍ବୀକାର କରିବା ଲାଗି ମୁଁ କୁଣ୍ଠାବୋଧ କରୁନାହିଁ। ଆମେ ଉତ୍ତର ପ୍ରଦେଶରୁ ପୃଥକ୍‌ ହେବା ‌ସମୟରେ ସରକାରୀ କାମ କରାଇବା ଲାଗି ୨୦% ପର୍ଯ୍ୟନ୍ତ କମିସନ୍‌ ଦେବାକୁ ପଡୁଥିଲା।

ରାଜ୍ୟ ବିଭାଜନ ପରେ କମିସନ୍‌ ଧାରା ବନ୍ଦ ହେବା କଥା। କିନ୍ତୁ, ତ‌ାହା ନ ହୋଇ ୨୦%ରେ ହିଁ ଚାଲିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି, ଏହା ଗୋଟାଏ ମାନସିକତା। ରାଜ୍ୟକୁ ନିଜ ପରିବାର ଭଳି ଦେଖିଲେ ଏଭଳି ମାନସିକତା ଦୂରେଇ ଯିବ।

ସୂଚନାଯୋଗ୍ୟ, ୨୦୦୦ ମସିହାରେ ଉତ୍ତର ପ୍ରଦେଶରୁ ପୃଥକ୍‌ ହୋଇ ଉତ୍ତରାଖଣ୍ଡ ରାଜ୍ୟ ସୃଷ୍ଟି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଥିବା ବେଳେ ଗତବର୍ଷ ମାର୍ଚ ମାସରେ ତୀରଥ ସିଂହ ରାୱତ୍‌ ନାରୀମାନଙ୍କ ‘ରିପ୍‌ଡ୍‌ ଜିନ୍ସ୍‌’ ପିନ୍ଧା ଉପରେ ମତ ଦେଇ ବିବାଦ ସୃଷ୍ଟି କରିଥିଲେ। ସେ କହିଥିଲେ, ପିଲାମାନଙ୍କ ସହିତ ବିମାନରେ ରିପ୍‌ଡ୍‌ ଜିନ୍‌ସ୍‌ ଓ ବୁଟ୍‌ ପରିହିତା ଜଣେ ମାଆଙ୍କୁ ଦେଖି ସେ ତଟସ୍ଥ ହୋଇଯାଇଥିଲେ।

Comments are closed.