କାହିଁକି ଏମିତି କହିଲେ ବସୁନ୍ଧରା , ଯାହାକୁ ନେଇ ଏବେ ଚର୍ଚ୍ଚା

ଆପଣମାନେ ମୋ’ ପୁଅକୁ ବହୁତ ଭଲ ସ୍ନେହ, ଭଲ ପାଇବା ଓ ପ୍ରଶିକ୍ଷଣ ଦେଇଛନ୍ତି। ତା’ ପାଇଁ ମୋତେ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । ପୁଅର ଭାଷଣ ଶୁଣି ଭାବୁଛି ମୋର ଅବସର ନେବାର ସମୟ ଆସିଗଲାଣି।’ ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ସୂଚନା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ।

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଆଜି ଝାଲାୱାଡ ବିଧାନସଭା କ୍ଷେତ୍ର ପାଇଁ ନିଜ ନାମାଙ୍କନ ଦାଖଲ କରିବେ। ଏହା ପୂର୍ବ ଦିନ ଗତକାଲି ରାଜେ ଝାଲାୱାଡାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରୁଥିଲେ। ଉକ୍ତ ରାଲିରେ ତାଙ୍କ ପୁଅ ତଥା ଝାଲାୱାଡ ସାଂସଦ ଦୁଷ୍ମନ୍ତ ସିଂ ବି ଉପସ୍ଥିତ ଥିଲେ।

ନିଜ ପୁଅଙ୍କ ଭାଷଣ ଶୁଣିବା ପରେ ରାଜେ ରାଲିକୁ ସମ୍ବୋଧନ କରିଥିଲେ। ଏହି ଅବସରରେ ପୁଅ ଭାଷଣରେ ବେଶ୍‌ ଖୁସି ହୋଇ ଯାଇଥିବା ରାଜେ ନିଜ ଅବସର ନେବାର ସମୟ ଆସିଗଲାଣି ବୋଲି ବି କହିବାକୁ ପଛାଇଲେ ନାହିଁ।

ଏଥିସହ ସେ କହିଥିଲେ, ସମସ୍ତ ବିଧାୟକ ସ୍ୱଇଚ୍ଛାରେ ଲୋକଙ୍କ ପାଇଁ କାମ କରୁଛନ୍ତି। ସେମାନଙ୍କ ଉପରେ ନଜର ରଖିବା କିଛି ଆବଶ୍ୟକ ନାହିଁ।୨୦୦ ଆସନ ବିଶିଷ୍ଟ ରାଜସ୍ଥାନରେ ଆସନ୍ତା ୨୫ ତାରିଖରେ ନିର୍ବାଚନ ହେବ । ଏଥିନିମନ୍ତେ ବିଭିନ୍ନ ରାଜନୈତିକ ଦଳ ନିଜ ପ୍ରଚାର କାର୍ଯ୍ୟ ଜୋରସୋରରେ ଆରମ୍ଭ କରି ଦେଲେଣି।

Comments are closed.