ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଅଭିନନ୍ଦନ ଜଣାଇଥିଲେ ମୋଦି

ନୂଆଦିଲ୍ଲୀ: ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକ ସଫଳତାର ସହିତ ଏକ ବର୍ଷ ପୂରଣ କରିଥିବାରୁ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ୍‌ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷି ସୁନକଙ୍କ ସହିତ ଇଂଲଣ୍ଡ୍‌ ଓ ଭାରତ ମଧ୍ୟରେ ହେବାକୁ ଥିବା ‘ମୁକ୍ତ ବାଣିଜ୍ୟ ରାଜିନାମା’, ପଶ୍ଚିମ ଏସିଆ ଓ ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ପ୍ରସଙ୍ଗରେ ବି ଆଲୋଚନା କରିଥିଲେ। ଆତଙ୍କବାଦ, ନିରାପତ୍ତା ପରିସ୍ଥିତି ବିପନ୍ନ ଓ ସାଧାରଣ ନାଗରିକମାନଙ୍କ ଜୀବନହାନୀ କଥାକୁ ନେଇ ଉଭୟ ନେତା ଉଦ୍‌ବେଗ ପ୍ରକାଶ କରିଥିଲେ।

Comments are closed.