କାହିଁକି ଏମିତି କଲେ ଅଶୋକ ଗେହଲଟ

ନୂଆଦିଲ୍ଲୀ :ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉଲ୍ଲେଖ କରି ଗେହଲଟ ଏକ ଲମ୍ବା ଟ୍ୱିଟ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଏକ ଅଭିମାନ ଓ କ୍ଷୋଭ ଭରା ଟ୍ୱିଟ୍ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉଦବୋଧନ ଦେବା କାର୍ଯ୍ୟସୂଚୀ ବାଦ୍ ପଡ଼ିଥିବାରୁ ସେ ଏହି ଟ୍ୱିଟ୍ କରିଛନ୍ତି। ଟ୍ୱିଟ୍ ଯୋଗେ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ପାରିବେ ନାହିଁ ବୋଲି ମନା କରିଦେଇଛନ୍ତି। ସେ ଟ୍ୱିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ରାଜ୍ୟର କେତେକ ଦାବି ଉଲ୍ଲେଖ କରିଛନ୍ତି।

ସୂଚନା ଅନୁସାରେ, ଆଜି ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନ ଗସ୍ତ କରିଛନ୍ତି। ଏହି ଅବସରରେ ରାଜସ୍ଥାନବାସୀଙ୍କୁ କିସାନ ସମ୍ମାନ ନିଧି ଯୋଜନାର ନଅ କୋଟି ଚାଷୀଙ୍କୁ ୧୪ଶ କିସ୍ତି ପ୍ରଦାନ କରିବେ। ଏହା ବ୍ୟତୀତ ସେ ୧.୨୫ ଲକ୍ଷ ପ୍ରଧାନମନ୍ତ୍ରୀ କିସାନ ସମୃଦ୍ଧି କେନ୍ଦ୍ରର ଆରମ୍ଭ କରିବେ, ୟୁରିଆ ଗୋଲ୍ଡ ଲଞ୍ଚ ଏବଂ ରାଜସ୍ଥାନବାସୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଧ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ୩ ମିନିଟର ସମ୍ବୋଧନ କାର୍ଯ୍ୟକ୍ରମକୁ ହଟାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ।

Comments are closed.