ନାଇଜର ରାଷ୍ଟ୍ରପତିଙ୍କୁ ବନ୍ଦିକଲା ସେନା

ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ରାତାରାତି ହୋଇଛି ହାଇଡ୍ରାମା। ଦେଶର ରାଷ୍ଟ୍ରପତିଙ୍କୁ ହଟାଇ କ୍ଷମତା ଅକ୍ତିଆର କରିଛି ସେନା। ଏଥିସହ ରାଷ୍ଟ୍ରପତିଙ୍କୁ ବନ୍ଦୀ ରଖାଯାଇଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ବିଶ୍ୱ ଚିନ୍ତାବ୍ୟକ୍ତ କରିଛି।

ଗତ ରାତିରେ ନାଇଜର ରାଷ୍ଟ୍ରପତି ମହମ୍ମଦ ବାଜମଙ୍କୁ ଗାଦିଚ୍ୟୁତ କରି କ୍ଷମତା ଅକ୍ତିଆର କରିଛି ସେନା। ଏଥିସହ ରାଷ୍ଟ୍ରପତିଙ୍କୁ ବନ୍ଦୀ କରିଥିବା ଦାବି କରିଛି ସେଠାକାର ସେନା । ନାଇଜରରେ କ୍ଷମତା ଅକ୍ତିଆରକୁ ନେଇ ଅଚାନକ ହୋଇଥିବା ଏହି ହାଇଡ୍ରାମାକୁ ନେଇ ପଡ଼ୋଶୀ ଦେଶଗୁଡ଼ିକରେ ଟେନସନ୍‌ ଆରମ୍ଭ ହୋଇଯାଇଛି। ସେନା ପକ୍ଷରୁ ରାଷ୍ଟ୍ରୀୟ ଟେଲିଭିଜନରେ କ୍ଷମତା ଅକ୍ତିଆର କରାଯାଇଥିବା ନେଇ ଘୋଷଣା କରାଯାଇଛି।

ନାଇଜରର ଶାସନ କ୍ଷମତା ଅକ୍ତିଆର କରିଥିବା ସେନାକୁ କଡ଼ା ଚେତାବନୀ ଦେଇଛି ଆମେରିକା । ଏନେଇ ଆମେରିକାର ଅର୍ଥ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନ ଗଣମାଧ୍ୟମରେ କହିଛନ୍ତି, ନାଇଜରକୁ ଆର୍ଥିକ ସହାୟତା ସେଠାକାର ଲୋକତାନ୍ତ୍ରୀକ ସରକାରକୁ ଦିଆଯାଉଥିଲା।

ମିଡିଆ ରିପୋର୍ଟ ଅନୁଯାୟୀ, ବିଦ୍ରୋହ କରୁଥିବା ସେନା ରାଷ୍ଟ୍ରପତି ମହମ୍ମଦ ବାଜମଙ୍କୁ ରାଷ୍ଟ୍ରପତି ଭବନ ଭିତରେ ହିଁ କାବୁ କରିବାକୁ ଚେଷ୍ଟା କରିବାକୁ ଯୋଜନା କରିଥିଲେ। ବୁଧବାର ରାଷ୍ଟ୍ରପତି ଭବନକୁ ସେନା ଚାରିପଟୁ ଘେରି ଯାଇଥିଲା। ରାଷ୍ଟ୍ରପତିଙ୍କ ସମର୍ଥକ ଏହାକୁ ବିରୋଧ କରିବାକୁ ଚେଷ୍ଟା କରୁଥିବା ବେଳେ ସେନା ଫାୟାରିଂ କରିବାକୁ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ରାଷ୍ଟ୍ରପତି ପଦ ନ ଛାଡ଼ିଲେ ତାଙ୍କୁ ଗୁଳିରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା। ଏହାପରେ ସେନା ରାଷ୍ଟ୍ରପତିଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ରାଷ୍ଟ୍ରପତି ଭବନରେ ବନ୍ଦୀ ରଖିଥିବା ଜଣାଯାଇଛି। ତେବେ ସମସ୍ତେ ସୁରକ୍ଷିତ ଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ୱିଟ କରାଯାଇଛି।

Comments are closed.