ଖାଉଛନ୍ତି କି ପିଜା ମନେ ରଖନ୍ତୁ ଏହି କଥା

ଆପଣ ନିଜ ଡାଏଟକୁ ନେଇ ହୋଇଯାଆନ୍ତୁ ଅଧିକ ସଜାଗ । କାରଣ ପ୍ରତିଦିନ ଖାଇବାରେ ଆପଣ ଏପରି ଜିନିଷ ଖାଉଛନ୍ତି ଯାହାକୁ ଥରେ ଖାଇଲେ ଜୀବନର କିଛି ମିନିଟ୍‌ କମିଯାଉଛି। ସେହିପରି କିଛି ପୁଷ୍ଟିକର ଖାଦ୍ୟ ଖାଇଲେ ଏହାର ପରିଣାମ ସ୍ୱରୂପ ଆପଣ କିଛି ମିନିଟ୍ ଅଧିକ ବଞ୍ଚିବାର ସୌଭାଗ୍ୟ ପାଉଛନ୍ତି। ଯେପରି ଥରେ ପିଜ୍ଜା ଖାଇଲେ ଆପଣଙ୍କ ଆୟୂଷ ୭.୮ ମିନିଟ୍‌ ପର୍ଯ୍ୟନ୍ତ କମ୍‌ ହେଉଛି। ସେହିପରି ସୋଲମନ ଫିସ୍‌ ଖାଇଲେ ଆୟୁ ୧୩.୫ ମିନିଟ୍‌ ବଢ଼ୁଛି । ତେଣୁ ଯାହା ଖାଉଛନ୍ତି ଭାବିଚିନ୍ତି ଖାଆନ୍ତୁ। ଏପରି ଷ୍ଟଡି କରି କେଉଁ ଖାଦ୍ୟ ଖାଇବେ ନ ଖାଇବେ ତାହା ଉପରେ ବିସ୍ତୃତ ଭାବେ କହିଛନ୍ତି ମିଶିଗନ ବିଶ୍ୱବିଦ୍ୟାଳୟର ପ୍ରଫେସର ।

ସମସ୍ତେ ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ଜୀବନ ବଞ୍ଚିବାକୁ ଚାହାଁନ୍ତି। ଲମ୍ବା ଆୟୁଷ ସମସ୍ତଙ୍କ ପସନ୍ଦ। ହେଲେ ଆମ ଖାଦ୍ୟାଭାସର ପ୍ରଭାବ ଆମ ଆୟୂଷ ଉପରେ ପଡ଼ିଥାଏ। ଯାହାଫଳରେ ଆଜି କାଲି ଖୁବ୍‌ କମ୍‌ ବୟସରେ ଯୁବବର୍ଗ ଅକାଳ ମୁତ୍ୟୁମୁଖରେ ପଡ଼ୁଛନ୍ତି।

ୱାର୍ଲ୍ଡ ଲାଇଫ୍‌ ବିଶେଷଜ୍ଞଙ୍କ କହିବାନୁଯାୟୀ, ଭାରତରେ ସାଧାରଣତଃ ପୁରୁଷଙ୍କ ହାରାହାରି ବୟସ ୬୯.୫ ଓ ମହିଳାଙ୍କ ଆୟୂଷ ୭୨.୨ ରହିଛି। ହାର୍ଟ ସମ୍ବନ୍ଧିତ ବେମାରୀ, ଫୁସଫୁସଜନିତ ବେମାର, ଷ୍ଟ୍ରୋକ, ଡାଇବେଟିସ ସମେତ ପାଖାପାଖି ୫୦ ପ୍ରକାର ରୋଗ ଏବେ ଅକାଳ ମୃତ୍ୟୁର କାରଣ ସାଜୁଛି। ଯାହାକି ଯୁବର୍ଗଙ୍କ ପାଇଁ ଏକ ବଡ଼ ସତର୍କ ଘଣ୍ଟି ଭାବେ ଉଭା ହୋଇଛି। ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଯିଏ ଭଲ ଖାଦ୍ୟାଭାଦ ରଖିଥାଏ ସେ ଦୀର୍ଘାୟୁ ହୋଇଥାଏ । ଏହାବାଦ ଯିଏ ଅଧିକ ଫାଷ୍ଟଫୁଡ, ତେଲମସଲା ଜାତୀୟ ଖାଦ୍ୟ ଖାଇଥାଏ ତାହାର ଆୟୂଷ କମିଥାଏ।

Comments are closed.