ଝାଡ଼ଖଣ୍ଡ ବିଧାୟକ କାହିକିଁ ଯିବେ ଛତିଶଗଡ

ନୂଆଦିଲ୍ଲୀ: ଅଳ୍ପ ସମୟ ପରେ ଶାସକ ‘ୟୁନାଇଟେଡ୍‌ ପ୍ରୋଗ୍ରେସିଭ୍‌ ଆଲିଏନ୍‌ସ୍‌’ର (ୟୁପିଏ) ବିଧାୟକମାନେ ଛତିଶଗଡ଼ ଅଭିମୁଖେ ଯାଇପାରନ୍ତି। ଘୋଡ଼ା ବେପାରରେ ବାଧା ଦେବାକୁ ସେମାନଙ୍କୁ ଛତିଶଗଡ଼ ନିଆଯାଉଛି ବୋଲି କଳ୍ପନାଜଳ୍ପନା ଚାଲିଛି।

୮୧ ଆଶନବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ଶାସକ ମେଣ୍ଟର ୪୯ଜଣ ବିଧାୟକ ଅଛନ୍ତି। ‘ଜେଏମ୍‌ଏମ୍‌’ର ସବୁଠୁ ଅଧିକ ୩୦ଜଣ ବିଧାୟକ ଥିବା ବେଳେ, କଂଗ୍ରେସର ୧୮ଜଣ ଏବଂ ‘ଆର୍‌ଜେଡି’ର ୧ଜଣ ବିଧାୟକ ଅଛନ୍ତି। ସେହିପରି, ଗୃହରେ ‘ବିଜେପି’ର ବିଧାୟକ ସଂଖ୍ୟା ହେଉଛି ୨୬।

ହେମନ୍ତ ସୋରେନ୍‌ ବିଧାୟକ ପଦରୁ ଅଯୋଗ୍ୟ ଘୋ‌ଷିତ ହେବାର ଭୟ ଥିବାରୁ ରଣନୈତିକ ଯୋଜନା କରିବା ଲାଗି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଦ୍ରୁତ ପରିବର୍ତ୍ତନଶୀଳ ରାଜନୈତିକ ପ୍ରେକ୍ଷାପଟରେ ନିଜ ନିଜ ବିଧାୟକଙ୍କ ସଂଖ୍ୟା ଅକ୍ଷୁଣ୍ଣ ରଖିବା ଲାଗି ‘ରିସର୍ଟ ପଲିଟିକ୍ସ୍‌’ କରାଯାଇପାରେ ବୋଲି ବିଶ୍ବସ୍ତସୂତ୍ରରୁ ଜଣାପଡ଼ିଛି।

Comments are closed.