କେଉଁଠି ଅଛି ରାଣୀ ପିମ୍ପୁଡ଼ ? ଖୋଜୁଛି ଟିମ
ପିପିଲି: ପିପିଲିରେ ପିମ୍ପୁଡ଼ ଆତଙ୍କ ଯୋଗୁଁ ଗାଁ ଛାଡ଼ୁଛନ୍ତି ଲୋକେ। ଏହିମଧ୍ୟରେ ରାଣୀ ପିମ୍ପୁଡିକୁ ଖୋଜୁଛି ବିଶେଷଜ୍ଞ ଟିମ୍। ରାଣୀଙ୍କ ଠିକଣା ମିଳିଲେ, ପିମ୍ପୁଡି ଉତ୍ପାତରୁ ଲୋକଙ୍କୁ ବଞ୍ଚାଇ ହେବ ବୋଲି ମତପ୍ରକାଶ ପାଇଛି। ସେଥିପାଇଁ ରାଣୀ ପିମ୍ପୁଡିକୁ ଖୋଜିବାରେ ଲାଗି ପଡ଼ିଛି ଟିମ୍। ଗାଁରେ ବନ୍ୟା ପାଣି ଯୋଗୁଁ ଘାଇଲା ହୋଇଥିଲେ ପିପିଲି ବାସୀ।
ଆଜି ପର୍ଯ୍ୟନ୍ତ ଲୋକମାନେ ଅଣ୍ଟା ସଳଖି ପାରିନାହାନ୍ତି। ଏପରି ସମୟରେ ଅଥୟ କରୁଛନ୍ତି ପିମ୍ପୁଡ଼ି। ଘରେ ଓ ବାହାରେ ସବୁଆଡେ ଦେଖିବେ ପିମ୍ପୁଡ଼ିର ଧାଡ଼ି। ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଚନ୍ଦ୍ରାଦେଇପୁର ପଞ୍ଚାୟତ ବ୍ରାହ୍ମଣ ସାହିର ଲୋକେ।
ଏହି ନାଲି ପିମ୍ପୁଡ଼ିଙ୍କ ଉତ୍ପାତ ଯୋଗୁ ଲୋକେ ନା ଘର କାମ କରିପାରୁଛନ୍ତି ନା ବିଲ ବାଡି କାମ କରିପାରୁଛନ୍ତି। ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
Comments are closed.