CBI କୁ ନେଇ ଏମିତି କିଛି କହିଲେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଚାପରେ ଚେପା ସିବିଆଇ। ଚାଲିଛି ଫସାଇବା ପାଇଁ ଚକ୍ରାନ୍ତ। ମୋ ବିରୋଧରେ ମାମଲା ରୁଜୁ କରିବା ପାଇଁ କେନ୍ଦ୍ର ସରକାର ଚାପ ପକାଇବାରୁ ଆତ୍ମହତ୍ୟା କରିଛନ୍ତି ସିବିଆଇ ଅଫିସର୍‌। ଏଭଳି କିଛି କହି ଆଜି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।

ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ମନୀଷ ସିସୋଦିଆ କେନ୍ଦ୍ର ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ‘ଗତ ଦୁଇଦିନ ତଳେ ଜଣେ ସିବିଆଇ ଅଧିକାରୀ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା। ଆଉ ଏବେ ଜଣାପଡିଛି ତାଙ୍କ ଉପରେ ଅତ୍ୟଧିକ ଚାପ ପଡିବାରୁ ସେ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ସରକାର ମୋ ବିରୋଧରେ ଯେଉଁ ମିଛ କେସ୍ କରିଛନ୍ତି ତାକୁ ଲିଗାଲ କରିବାକୁ ଯାଇ ମୋତେ ଗିରଫ କରିବା ପାଇଁ ସେହି ସିବିଆଇ ଅଧିକାରୀଙ୍କ ଉପରେ ଚାପ ପକାଯାଉଥିଲା। ଏଥିପାଇଁ ସେ ମାନସିକ ଚାପରେ ଆସି ଆତ୍ମହତ୍ୟା କରିଛନ୍ତି। ଏହା ଅତ୍ୟନ୍ତ ଦୁଃଖଦ ଘଟଣା।’

Comments are closed.