ରାଜଧାନୀରୁ କୁଆଡେ ଗଲେ ଛାତ୍ର?
ଭୁବନେଶ୍ୱର : ଦିିନକୁ ଦିନ ରାଗିଂ ଘଟଣା ବଢ଼ିବାରେ ଲାଗିଥିବାବେଳେ ଏବେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପଟିଆର ଏକ ଘରୋଇ କଲେଜରେ ଯୁକ୍ତ ୨ରେ ପଢ଼ୁଥିବା ଜଣେ ଛାତ୍ର ନିଖୋଜ ହୋଇଛନ୍ତି। ନିଖୋଜ ଛାତ୍ରଜଣଙ୍କ ହେଲେ ବାଲେଶ୍ୱର ଜିଲାର ହୃଦୟେଶ ପଣ୍ଡା। ଛାତ୍ରଙ୍କ ନିଖୋଜ ହେବା ନେଇ ପରିବାର ଲୋକଙ୍କ ପକ୍ଷରୁ ଚନ୍ଦ୍ରଶେଖପୁର ଥାନାରେ ଅଭିଯୋଗ ହୋଇଛି। ବକେୟା ଅର୍ଥ ଦେଇ ନ ଥିବାରୁ କଲେଜର ଚେୟାରମ୍ୟାନ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦେବା ସହ ଗାଳିଗୁଲଜ ଓ ମାଡ଼ ମାରିଥିବା ଯୋଗୁଁ ହୃଦୟେଶ ନିଖୋଜ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ଏନେଇ କଲେଜ ଅଧ୍ୟକ୍ଷଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଯାଇଛି। ଶନିବାର ସକାଳୁ ହୃଦୟେଶଙ୍କ କୌଣସି ପତ୍ତା ମିଳୁ ନ ଥିବା ବାପା ରାମକୃଷ୍ଣ ପଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା (ନଂ. ୨୯୭/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ହୃଦୟେଶ ଯେଉଁ ନମ୍ବରରୁ ଫୋନ କରିଥିଲେ ସେ ନମ୍ବର କାହାର ତାକୁ ଯାଞ୍ଚ କରିବା ସହ ଖୋଜା ଚାଲିଛି। ସେହିପରି ଅଭିଯୋଗ ପରେ ପୋଲିସ ଉକ୍ତ କଲେଜକୁ ଯାଇ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି ।
Comments are closed.