ପ୍ରଧାନମନ୍ତ୍ରୀଙ୍କୁ ମିଳିବ ଏହି ପୁରସ୍କାର
ମୁମ୍ବାଇ :ସ୍ବର କୋକିଳା ତଥା ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ସ୍ମୃତିରେ ତାଙ୍କ ପରିବାର ଲତା ଦିନାନାଥ ମଙ୍ଗେଶକର ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଲତା ମଙ୍ଗେଶକର ଏବଂ ତାଙ୍କ ପିତା ଦିନାନାଥ ମଙ୍ଗେଶକରଙ୍କ ସ୍ମୃତିରେ ଏହି ପୁରସ୍କାର ଦିଆଯିବ। ପ୍ରତିବର୍ଷ ଏପ୍ରିଲ ୨୪ରେ ଦିନାନାଥଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦେଶର ନିରପେକ୍ଷ ସେବା ପାଇଁ ଜୀବନ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଥମ ଲତା ଦିନାନାଥ ମଙ୍ଗେଶକର ପୁରସ୍କାର ପ୍ରଦାନ କରାଯିବ।
ମଙ୍ଗେଶକର ପରିବାର ଏକ ବିବୃତ୍ତିରେ କୁହାଯାଇଛି ଯେ, ଏହି ବର୍ଷ ଗୁରୁ ଦିନାନାଥ ଜୀଙ୍କର ୮୦ ତମ ସ୍ମୃତି ଦିବସ। ଏହି ଅବସରରେ ଆମେ ଲତା ଦିନାନାଥ ମଙ୍ଗେଶକର ପୁରସ୍କାର ପ୍ରତିଷ୍ଠା କରିବାକୁ ଯାଉଛୁ। ଦେଶ ତଥା ସମାଜର ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଏହି ପୁରସ୍କାର ଦିଆଯିବ। ଆମେ ଘୋଷଣା କରି ଖୁସି ଏବଂ ଗୌବାନ୍ବିତ ଯେ ଏହି ପୁରସ୍କାରର ପ୍ରଥମ ବିଜେତା ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆମର ସବୁଠାରୁ ସମ୍ମାନିତ ନେତା। ସେ ଜଣେ ଅନ୍ତର୍ଜାତୀୟ ରାଜନେତା ଯିଏ ଭାରତକୁ ବିଶ୍ୱ ନେତୃତ୍ୱର ପଥରେ ରଖିଛନ୍ତି।
Comments are closed.