ପ୍ରିଣ୍ଟରରୁ ସୁଇଚ୍‌ ଦବାଇଲେ କାଗଜ ନୁହେଁ ବାହାରୁଛି ଦୋସା !

ଚେନ୍ନାଇ: ପ୍ରିଣ୍ଟରରୁ ସାଧାରଣତଃ ପ୍ରିଣ୍ଟଆକାରରେ ବାହାରେ କାଗଜ । କିନ୍ତୁ ସେହି ପ୍ରିଣ୍ଟରରୁ ସୁଇଚ୍‌ ଦବାଇଲେ କାଗଜ ନୁହେଁ ବାହାରୁଛି ଦୋସା । ଦେଖିବାକୁ ଅବିକଳ କାଗଜ ପ୍ରିଣ୍ଟର ଭଳି ।

ଚେନ୍ନାଇର ସଂସ୍ଥା ଇଭୋସେଫ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଦୋସା ମେକରର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କାଗଜ ପରି ଦେଖାଯାଏ ଏହି ଦୋସା । ଏହି ପ୍ରିଣ୍ଟରରେ ଅତି ସହଜରେ ପତଳା ଦୋସା ପ୍ରସ୍ତୁତ ହୋଇପାରୁଛି ।ଏହି ମେସିନକୁ ବହୁ ଲୋକ ପ୍ରଶଂସା କରିଛନ୍ତି ।

କଂପାନି ପକ୍ଷରୁ କୁହାଯାଇଛି ଯେ, ଏହା ହେଉଛି ବିଶ୍ୱର ପ୍ରଥମ ଦୋସା ମେକର ଯାହା ଏକ ମିନିଟରୁ କମ୍‌ ସମୟ ଭିତରେ ଦୋସା ପ୍ରସ୍ତୁତ କରିପାରୁଛି । ଗ୍ରାହକମାନେ ଏଥିରେ ଦୋସା ତିଆରି କରିବା ବେଳେ ଘିଅ, ବଟର କିମ୍ବା ଚିଜକୁ ମଧ୍ୟ ବ୍ୟବହାର କରିପାରିବେ ।

ଏହି ମେସିନର ମୂଲ୍ୟ ୧୫,୯୯୯ଟଙ୍କା ରଖାଯାଇଛି । ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ବେଶ ପ୍ରଶଂସା ସାଉଁଟୁଛି ।

Comments are closed.