ପୋଖରୀରେ ଫଶିଗଲେ ମନ୍ତ୍ରୀ , ଉଦ୍ଧାର କରିବାକୁ ନିୟୋଜିତ ହେଲା ଜେସିବି

କୋହିମା,: ପୋଖରୀରେ ଫସିଗଲେ ମନ୍ତ୍ରୀ। ଏତେ ଓଜନ ଯେ ପାଣିରୁ ଉଠିବା ବି ମୁସ୍କିଲ ହୋଇପଡିଲା। ଶତଚେଷ୍ଟା କରି ମଧ୍ୟ ପାଖରେ ଥିବା ସହକର୍ମୀ ମଧ୍ୟ ସାହାଯ୍ୟ କରିପାରିଲେନି। ଶେଷରେ ଲୋଡା ପଡିଲା ଜେସିବି। ଯାହାକୁ ଦେଖି ମନ୍ତ୍ରୀ ବି କହିଲେ, ଜେସିବିର ଭେଳା ବୁଡିଲା। ଆଜି ତା’ର ଭାଗ୍ୟ ପରୀକ୍ଷା।

ମନ୍ତ୍ରୀ ଜଣକ ହେଉଛନ୍ତି ନାଗାଲାଣ୍ଡ ପର୍ଯ୍ୟଟନ ମନ୍ତ୍ରୀ ତଥା ଭାଜପା ନେତା ତେମଜେନ ଇମାନ ଆଲୋଙ୍ଗ। ନିଜର ମଜାଦାର ଅନ୍ଦାଜ ଓ ମଜାଳିଆ ଭିଡିଓ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣିଥରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ସେ ନିଜର ଏକ ମଜାଳିଆ ଭିଡିଓ ପୋଷ୍ଟ କରିଛନ୍ତି

 

Comments are closed.