ଅଡ଼ୁଆରେ ସମୀର ଓ୍ୱାଙ୍ଖଡେଙ୍କ , ଜାଣନ୍ତୁ କାହିଁକି

ଥମୁନି ପୂର୍ବତନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେଙ୍କ ଅଡୁଆ। ସିବିଆଇ ପରେ ଏବେ ଇଡି ରାଡାର୍‌ରେ ଓ୍ୱାଙ୍ଖଡେ। ଏନ୍‌ସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ଓ ଆଇଆର୍‌ଏସ୍‌ ଅଧିକାରୀ ସମିର ଓ୍ୱାଙ୍ଖଡେଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୂଆ ମାମଲା ରୁଜୁ କରିଛି। ସିବିଆଇର ଏଫ୍‌ଆଇଆର୍‌ ଆଧାର୍‌ରେ ପିଏମ୍‌ଏଲ୍‌ଏ ଆକ୍ଟ ଅନୁଯାୟୀ ଇଡି ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

୨୦୨୩ ମେ’ ମାସରେ ସମୀର ଓ୍ୱାଙ୍ଖଡେ ଓ ଅନ୍ୟ ୪ ଜଣଙ୍କ ବିରୋଧରେ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଫସାଇବା ପାଇଁ ୨୫ କୋଟି ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗରେ ସିବିଆଇ ଏଫ୍‌ଆଇଆର୍‌ ରୁଜୁ କରିଥିଲା। ପରେ ୧୮ କୋଟି ଟଙ୍କାରେ ଏହି ଡିଲ୍‌ ପୂରଣ ହୋଇଥିଲା। ପ୍ରଥମ କିସ୍ତି ରୂପେ ଓ୍ୱାଙ୍ଖଡେ ୫୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। କେବଳ ସେତିକି ନୁହେଁ ଓ୍ୱଙ୍ଖଡେଙ୍କ ପାଖରେ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ସିବିଆଇ ଗତବର୍ଷ ୨୯ ସ୍ଥାନରେ ରେଡ୍‌ ମଧ୍ୟ କରିଥିଲା।

Comments are closed.