ମୁଖ୍ୟ ଅଭିଯୁକ୍ତ ବିବନକୁ ଗିରଫ ପରେ କ’ଣ କହିଲେ ପୀଡିତା ଅଞ୍ଜନା?

ଭୁବନେଶ୍ୱର,୨୨ ।୨: ୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳକୁ ଗିରଫ କରିଛି କମିଶନରେଟ୍ ପୋଲିସ । ବିବନକୁ ଗିରଫ ପରେ ପୀଡିତା ଅଞ୍ଜନା ମିଶ୍ର ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ‘କେବେ ବି ଭାବି ନଥିଲି ବିବନ ବିଶ୍ୱାଳ ଗିରଫ ହେବ । ଅଭିଯୁକ୍ତ ଗିରଫ ହୋଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ସିବିଆଇ ବସି ପଡିଲା, ସୁଧାଂଶୁ ଷଢଙ୍ଗୀ ଏବଂ ତାଙ୍କ ଟିମକୁ ଏଥିପାଇଁ ଧନ୍ୟବାଦ ଜଣାଉଛି । ବିବନ ମୁଖ୍ୟ ଅଭିଯୁକ୍ତ ଥିଲା, ତାକୁ ଫାଶି ଦିଆଯାଉ ।’

ଏହା ପରେ ଅଞ୍ଜନା କହିଛନ୍ତି ଯେ, ‘ଘଟଣା ପରେ ମୋତେ ମାରିଦେବାକୁ ଚେଷ୍ଟା କରାଯାଇଥିଲା । ତାର ପୃଷ୍ଠପୋଷକ ଥିବା କଂଗ୍ରେସ ସମର୍ଥକ ମାରିବାକୁ ଚେଷ୍ଟା କରିଥିଲେ । ଏମିତି ହେଲା ଯେ ମୋତେ ମୋ ଘରେ ରଖେଇ ଦେଲେନି । କଂଗ୍ରେସ ଦଳର ପ୍ରଛନ୍ନ ହାତ ତା ପଛରେ ରହିଥିଲା । ବହୁତ ଲମ୍ବା ସମୟ ସଂଘର୍ଷ ଥିଲା, ପ୍ରତିଦିନ ମୁଁ ମରି ମରି ବଞ୍ଚିଛି ।’ ଅନ୍ୟ ଗଣଦୁଷ୍କର୍ମ ପୀଡିତାଙ୍କୁ ଭାଙ୍ଗି ନପଡିବାକୁ ଅଞ୍ଜନା କହିଛନ୍ତି । ଥରେ କାହା ସହ ଗଣଦୁଷ୍କର୍ମ ଘଟିଲେ ଜୀବନ ବରବାଦ ହୋଇଯାଏ । ଏଥିରେ ଭାଙ୍ଗି ନପଡି ସଂଘର୍ଷ କରିବା ଦରକାର ବୋଲି ଅଞ୍ଜନା କହିଛନ୍ତି ।

Comments are closed.