ରାଜ୍ୟରେ ଜାରି ରହିଛି ବର୍ଷା
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବର୍ଷା। ଲଘୁଚାପ ପ୍ରଭାବରେ ବିକ୍ଷିପ୍ତ ବର୍ଷା ଜାରି। ଆସନ୍ତା ସାତଦିନ ଯାଏ ସ୍ୱାଭାବିକଠାରୁ ଅଧିକ ହେବ ବର୍ଷା। କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବା କହିଛନ୍ତି ଆଇଏମଡି ଡିଜି। ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ କେନ୍ଦ୍ରୀଭୂତ ରହିଛି ଲଘୁଚାପ କ୍ଷେତ୍ର। ଆଗାମୀ ୪୮ଘଣ୍ଟାରେ ଆହୁରି ଘନୀଭୂତ ହେବ। ଏହା ଦ୍ୱାରା ମୌସୁମୀ ଅଧିକ ସକ୍ରିୟ ହେବା ସହ ଭଲ ପରିମାଣର ବର୍ଷା ସମ୍ଭାବନା ରହିଛି।
ଜୁଲାଇ ୧୪ ବେଳକୁ ଆଉ ଏକ ଲଘୁଚାପ ଉତ୍ତର ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ହେବାର ସମ୍ଭାବନା ରହିଛି। ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୨୪ ଘଣ୍ଟାରେ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଜିଲ୍ଲାଗୁଡ଼ିକ ହେଲା କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି। ଏଠାରେ ୭ରୁ ୨୦ ସେଣ୍ଟିମିଟର ବର୍ଷାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
Comments are closed.