ପାଗରେ ପରିବର୍ତ୍ତନ ଦେଇଛି ଆଶ୍ବସ୍ତି

ଭୁବନେଶ୍ବର : ଗତକାଲି ଶନିବାର ଭୁବନେଶ୍ବର ଓ କଟକର ସର୍ବୋଚ୍ଚ ତାପମାତ୍ରା ଯଥାକ୍ରମେ ୩୫.୭ଡିଗ୍ରି ଓ ୩୫.୬ଡିଗ୍ରି ରେକର୍ଡ ହୋଇଥିଲା। ତେବେ ଆଜି ରାଜଧାନୀ ଓ ଏହାର ସଂଲଗ୍ନ ଅଞ୍ଚଳ ଗୁଡ଼ିକର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିବ ବୋଲି ସମ୍ଭାବନା କରାଯାଇଛି।

ସୂଚନା ଅନୁଯାୟୀ, ବର୍ତ୍ତମାନ ସାରା ରାଜ୍ୟବାସୀ ପ୍ରାକ୍‌-ମୌସୁମୀ ବର୍ଷାରେ ଭିଜିବା କଥା। କିନ୍ତୁ ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି। ଶନିବାର ଦିନ ରାଜ୍ୟର ୧୩ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪ସହରର ୪୪ଡିଗ୍ରି ପାର୍‌ କରିଥିଲା। ତେବେ ଗତକାଲି ରାତିରୁ ତାତିରୁ ମିଳିଛି ଆଶ୍ବସ୍ତି। ରାତିରେ ବେଶ୍ କିଛି ଘଣ୍ଟା ଧରି ଭୁବନେଶ୍ବରରେ ଲାଗି ରହିଥିଲା ଝଡ ବର୍ଷା। ସନ୍ଧ୍ୟା ୮.୩୦ରୁ ବର୍ଷା ଆରମ୍ଭ ହୋଇଯାଇଥିଲା । ଅସହ୍ୟ ଗୁଳୁଗୁଳି ଅନୁଭବ କରୁଥିବା ରାଜଧାନୀବାସୀଙ୍କୁ ଟିକିଏ ଥଣ୍ଡା ଅନୁଭବ କରାଇଛି ପାଗ।  ଡହଡହ ଖରାରେ ଅତିଷ୍ଠ  ହୋଇପଡିଥିବା ରାଜଧାନୀବାସୀ ବର୍ଷାର ଆନନ୍ଦ ଉଠାଇଛନ୍ତି।

Comments are closed.