ଆଖିରୁ ବାହାରୁଛି ପାଣି, ଜାଣନ୍ତୁ କେମିତି କରିବେ ଉପଚାର

ଆଖି ବହୁତ ସୂକ୍ଷ୍ମ ହୋଇଥାଏ । ସେଥିପାଇଁ ଆଖି ପ୍ରତି ବିଶେଷ ଯତ୍ନ ନେବାକୁ ପଡିଥାଏ । ବେଳେବେଳେ ଆଖିରେ କିଛି ପଡ଼ିଗଲେ ପାଣି ବାହାରିବା ଆରମ୍ଭ କରେ । ଜଳିବା କିମ୍ବା ଯନ୍ତ୍ରଣା ହେବାର ସମ୍ଭାବନା ମଧ୍ୟ ହୁଏ । କିନ୍ତୁ କିଛି ଲୋକଙ୍କ ଆଖିରୁ ବିନା କାରଣରେ ପାଣି ବାହାରିଥାଏ । ତେବେ ଆସନ୍ତୁ ଜାଣିବା ଏପରି କାହିଁକି ହୋଇଥାଏ ଏବଂ ଏଥିପାଇଁ କେଉଁ ଘରୋଇ ଉପାୟ ଆପଣାଇ ଏହାକୁ ଦୂର କରିବେ ।

ଆଖିରୁ କାହିଁକି ପାଣି ବାହାରେ:

ବିନା କାରଣରେ ଆଖିରୁ ପାଣି ବାହାରିବାର କାରଣ ହେଉଛି ଜୀବାଣୁ କିମ୍ବା ଛୋଟ କଣିକା । ଆଖିରେ ଶୁଷ୍କତା, ଟିୟର ଡକ୍ସ କଳା ପଡ଼ିବା, ଆଲର୍ଜି, କର୍ଣ୍ଣିଆ ବ୍ୟାପିବା ଦ୍ୱାରା ମଧ୍ୟ ଆଖିରୁ ପାଣି ବାହାରିଥାଏ । ଏପରି କିଛି ହେଉଥିଲେ ଆପଣ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯିବା ଉଚିତ ଯାହା ଦ୍ୱାରା ଠିକ୍ ସମୟରେ ଚିକିତ୍ସା କରାଯାଇପାରିବ । ଯଦି ସାଧାରଣ କାରଣରୁ ଆଖିରୁ ପାଣି ଆସୁଛି, ତେବେ କିଛି ଘରୋଇ ଉପଚାର ଗ୍ରହଣ କରାଯାଇପାରିବ । ଆଖିରୁ ପାଣି ନବାହାରିବା ପାଇଁ କେଉଁ ଘରୋଇ ଉପାୟକୁ ଆପଣାଇବେ ଜାଣି ରଖନ୍ତୁ ।

କଞ୍ଚା ଆଳୁ :

ଯଦି ଆଖିରୁ ପାଣି ବାହାରିବା ସମସ୍ୟା ଅଛି, ତେବେ ଆପଣ କଞ୍ଚା ଆଳୁରୁ ଆରାମ ପାଇପାରିବେ । ଗୋଟିଏ କଞ୍ଚା ଆଳୁକୁ କାଟି ଏହାକୁ ଆଖିରେ କିଛି ସମୟ ରଖନ୍ତୁ । ଦିନକୁ ଦୁଇରୁ ତିନିଥର ଏପରି କରନ୍ତୁ । ଏହା ଦ୍ୱାରା ଆଖିରୁ ପାଣି ବାହାରିବା ସମସ୍ୟା କମ ହୋଇପାରିବ ।

ତ୍ରିଫଳା :

ତ୍ରିଫଳା ମଧ୍ୟ ଆଖିରୁ ପାଣି ବାହାରିବା ସମସ୍ୟା ସମାଧାନ କରିପାରିବ । ଏକ କପ୍ ପାଣିରେ ଶୁଖିଲା ଧଣିଆ ମଞ୍ଜି ଏବଂ ତ୍ରିଫଳା ରଖନ୍ତୁ ଏବଂ ଏହାକୁ ଛାଡିଦିଅନ୍ତୁ । କିଛି ସମୟ ପରେ ଏହି ପାଣିରେ ଆଖିକୁ ଧୋଇ ନିଅନ୍ତୁ । ଏହା ଆଖିରୁ ପାଣି ବାହାରୁଥିବା ସମସ୍ୟାକୁ ହ୍ରାସ କରିପାରିବ ।

ଗରମ ପାଣି :

ଯଦି ଆଖି ଜଳିବା, କୁଣ୍ଡେଇ ହେବା କିମ୍ବା ପାଣି ବାହାରୁ ଥାଏ ତେବେ ଉଷୁମ ପାଣିର ଶେକ ନେବା ଦ୍ୱାରା ଆରାମ ମିଳିଥାଏ । ଏକ ପାତ୍ରରେ ଗରମ ପାଣି ନିଅନ୍ତୁ ଏବଂ ସେଥିରେ ଲୁଣ ମିଶାନ୍ତୁ ପରେ ଏକ ସୂତା କପଡ଼ାରେ ଆଖିକୁ ଏହି ପାଣିର ଶେକ ଦିିଅନ୍ତୁ । କମ ସମୟ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇପାରିବ ।

ବରଫ :

ଯଦି ସାଧାରଣ କାରଣରୁ ଆଖିରୁ ପାଣି ବାହାରୁଛି, ତେବେ ବରଫରେ ଆଖିକୁ ମାଲିସ୍‌ କରନ୍ତୁ । ବରଫର ଏକ ଖଣ୍ଡ ନେଇ ଏହାକୁ ଏକ ସୂତା କପଡ଼ାରେ ବାନ୍ଧି ଆଖିରେ ମାଲିସ କରନ୍ତୁ । ସକାଳ ଏବଂ ସନ୍ଧ୍ୟାରେ ଆଖିକୁ ଏହି ବରଫ ଖଣ୍ଡରେ ମାଲିସ କରିବା ଦ୍ୱାରା ଆଖିରୁ ପାଣି ବାହାରିବା ବନ୍ଦ ହୋଇଯିବ ।

Comments are closed.