ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀ !!

ୱାଶିଂଟନ : ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ | ଦେଶରେ ଗ୍ରୁତ ଗତିରେ ବଢିବାରେ ଲାଗିଛି ଓମିକ୍ରନ୍ । ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ବିଶ୍ୱକୁ ଚିନ୍ତାରେ ପକାଇଦେଇଛି । ତେବେ ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଓମିକ୍ରନ୍ ଭ୍ୟାରିଆଣ୍ଟ ଆମେରିକାରେ ଖୁବ ଶୀଘ୍ର ବ୍ୟାପିବା ଆରମ୍ଭ କରିବ । ଏଥିପାଇଁ ଆମେରିକାବାସୀଙ୍କୁ ଟିକା ନେବା ପାଇଁ ବାଇଡେନ ନିବେଦନ କରିଛନ୍ତି । ତେବେ ଭ୍ୟାରିଆଣ୍ଟକୁ ମାତ ଦେବାକୁ ଟିକାକରଣର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ଶୀତଦିନେ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ବୋଲି ସେ ଅନୁମାନ କରୁଛନ୍ତି । ସୂଚନା ଅନୁସାରେ, ଡିସେମ୍ବର ୧ ତାରିଖ ସୁଦ୍ଧା ଦୈନିକ ସଂକ୍ରମଣର ହାରାହାରି ୮୬,୦୦୦ ଥିଲା । କିନ୍ତୁ ୧୪ ଡିସେମ୍ବରରେ ଏହା ୧,୧୭.୦୦୦କୁ ବୃଦ୍ଧି ପାଇଲା । ମୋଟ ଉପରେ ୩୫ ପ୍ରତିଶତ ମାମଲା ବୃଦ୍ଧି ପାଇଥିବା ଜଣାପଡିଛି ।

Comments are closed.