ଫ୍ଲିପ୍‌କାର୍ଟ ଏବେ ଓ୍ଵାଲମାର୍ଟ ଅଧିନରେ

ବାଙ୍ଗାଲୋର : ଫ୍ଲିପ୍‌କାର୍ଟ ପାଇଛି ଏବେ ନୂଆ ମାଲିକାନା। ଆମେରିକାର ବୃହତ୍ତମ ରିଟେଲ କମ୍ପାନି ଓ୍ଵାଲମାର୍ଟ ଭାରତର ବୃହତ୍ତମ ଇ-କମର୍ସ କମ୍ପାନି ଫ୍ଲିପକାର୍ଟକୁ କିଣିନେଇଛି। ପ୍ରାୟ ୧୬ ବିଲିୟନ ଡଲାର ବିନିମୟରେ ଫ୍ଲିପକାର୍ଟର ୭୭ ପ୍ରତିଶତ ଅଂଶଧନ ଖରିଦ କରିଛି ଓ୍ଵାଲମାର୍ଟ । ଫ୍ଲିପକାର୍ଟ କମ୍ପାନିର ମୋଟ ମୂଲ୍ୟାଙ୍କନ ୨୦ ବିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେବ ପ୍ରାୟ ୧ ଲକ୍ଷ ୩୪ ହଜାର କୋଟି ।

କେମିତି ଆରମ୍ଭ ହୋଇଥିଲା ଏହି କଂପାନି ?

୨୦୦୭ମସିହାରେ ଫ୍ଲିପକାର୍ଟ ତାର ଯାତ୍ରା ଆରମ୍ଭ କରିଥିଲା। ମାତ୍ର ଦୁଇ ବେଡ୍‌ରୁମ ବିଶିଷ୍ଟ ଏକ ଫ୍ଲାଟରେ ଆରମ୍ଭ ହୋଇଥିଲେ ଏହି କମ୍ପାନି ଆଇଆଇଟି ଦିଲ୍ଲୀର ଦୁଇଜଣ ଛାତ୍ର ତଥା ଆମାଜନର ପୂର୍ବତନ କର୍ମଚାରୀ ସଚିନ ବନସଲ ଓ ବିନି ବନସଲ ଏହାକୁ ଆରମ୍ଭ କରିଥିଲେ । ଏକ ଅନଲାଇନ ବୁକ ଷ୍ଟୋର ଭାବେ ଏହା ଆରମ୍ଭ ହୋଇଥିବା କମ୍ପାନି ଏବେ ଭାରତର ବୃହତ୍ତମ ଇ-କମର୍ସ କମ୍ପାନିରେ ପରିଣତ ହୋଇଛି ।

ଫ୍ଲିପକାର୍ଟର ସଫଳତା-

 ୨୦୦୮ରେ ଏହା ବାଙ୍ଗାଲୋରରେ ନିଜର ପ୍ରଥମ ଅଫିସ ଖୋଲିଥିଲା ଓ ୨୦୦୯ରେ ଦିଲ୍ଲୀ ଓ ମୁମ୍ବାଇରେ ଏହା ନିଜର ଅଫିସ ଖୋଲିଲା । ଏବେ ବାଙ୍ଗାଲୋରରେ ଥିବା ଫ୍ଲିପକାର୍ଟ ଅଫିସ ପ୍ରାୟ ୮.୩ ଲକ୍ଷ ବର୍ଗ ଫୁଟ ପରିମିତ ସ୍ଥାନରେ ରହିଛି । ଏହା ଅଧିନରେ ଫେସନ ପୋର୍ଟାଲ ଜାବଙ୍ଗ ଓ ମିଣ୍ଟ୍ରାପେମେଣ୍ଟ ଆପ ଫୋନପେ ଓ ଲଜିଷ୍ଟିକ୍ସ ଫାର୍ମ ଇ-କାର୍ଟ ରହିଛି ।

ଉଲ୍ଲେଖନୀୟ ଯେ, ଓ୍ଵାଲମାର୍ଟ ଏବେ ଫ୍ଲିପକାର୍ଟର ମାଲିକାନା ହାତେଇବା ପରେ ବର୍ତ୍ତମାନ ଭାରତୀୟ ବଜାରରେ ଦୁଇଟି ଆମେରିକୀୟ ରିଟେଲ କମ୍ପାନି ଆମାଜନ ଓ ଓ୍ଵାଲମାର୍ଟ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେବାକୁ ଯାଉଛି ଦେଖାଯାଉ ଆଗକୁ କିଏ ଅଧିକା ବ୍ୟବସାୟ କରି ସଫଳ ହେଉଛି।

Comments are closed.