ବଦଳିବ ମାଟ୍ରିକ ପ୍ରଶ୍ନପତ୍ର ଢାଂଚା : ହଟିବ ଓଏମଆର, ସିବିଏସଇ ଭଳି ପରୀକ୍ଷା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କରୁଛି ଯୋଜନା

ପୁଣି ବଦଳିବ ମାଟ୍ରିକ ପରୀକ୍ଷା ଢାଂଚା । ଆସନ୍ତା ମାଟ୍ରିକ ପରୀକ୍ଷାରେ ଆଉ ଓଏମଆର ବା ଅପ୍ଟିକାଲ ମାର୍କ ରିକଗ୍ନିସନ ବ୍ୟବସ୍ଥା ରହିବ ନାହିଁ । ଓଏମଆର ବଦଳରେ ୧୦ ମାର୍କ ଲେଖାଁଏ ୫ ପ୍ରକାରର ପ୍ରଶ୍ନପତ୍ରରେ ରଖିବାକୁ ଯୋଜନା ରଖାଯାଇଛି । ସମ୍ବାଦ ପକ୍ଷରୁ ଆୟୋଜିତ ମାଟ୍ରିକ ଚାମ୍ପିୟନସ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର । ବର୍ତ୍ତମାନ ଛାତ୍ରଛାତ୍ରୀ ଓଏମଆର ଢାଂଚାରେ ୫୦ ପ୍ରତିଶତ ମାର୍କର ପରୀକ୍ଷା ଦେଉଛନ୍ତି । ଏହାକୁ ପରିବର୍ତ୍ତନ କରାଯାଇ ସିବିଏସଇ ଢାଂଚାରେ ନୂଆ ବ୍ୟବସ୍ଥା ଆପଣେଇବାକୁ ଯୋଜନା ଚାଲିଛି । ଏହାକୁ ଚୂଡାନ୍ତ ରୂପରେଖ ଦେବାକୁ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ଏଥିରେ ସାମିଲ ହେବେ ଶିକ୍ଷାବିତ । କମିଟି ରିପୋର୍ଟ ପରେ ଏ ନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶନାମା ଜାରି କରାଯିବ । ଓଏମଆର ବଦଳରେ ୧୦ ମାର୍କ ଲେଖାଁଏ ୫ ପ୍ରକାରର ପ୍ରଶ୍ନ ପ୍ରଶ୍ନପତ୍ରରେ ରଖିବାକୁ ପ୍ରାରମ୍ଭିକ ଯୋଜନା କରାଯାଇଛି ।

ନୂଆ ନିୟମ ଲାଗୁ ହେଲେ କଣ ହେବ, ଯାହାକୁ ନେଇ ବର୍ତ୍ତମାନ ବିଚାର ବିମର୍ଷ ଚାଲିଛି । ନୂଆ ବ୍ୟବସ୍ଥା ଲାଗୁହେଲେ ମାଟ୍ରିକ ପରୀକ୍ଷାରେ ଓଏମଆର ହଟିଯିବ । ଓଏମଆର ବଦଳରେ ୧୦ ମାର୍କ ଲେଖାଁଏ ୫ ପ୍ରକାରର ପ୍ରଶ୍ନପତ୍ରରେ ରଖିବାକୁ ଯୋଜନା ରଖାଯାଇଛି । ଛାତ୍ରଛାତ୍ରୀ ଏବେ ଓଏମଆର ଢାଂଚାରେ ୫୦ ପ୍ରତିଶତ ମାର୍କର ପରୀକ୍ଷା ଦେଉଛନ୍ତି । ଏହାକୁ ପରିବର୍ତ୍ତନ କରାଯାଇ ସିବିଏସଇ ଢାଂଚାରେ ନୂଆ ବ୍ୟବସ୍ଥା ହେବ । ଚୂଡାନ୍ତ ରୂପରେଖ ଦେବାକୁ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ଏଥିରେ ସାମିଲ ହେବେ ଶିକ୍ଷାବିତ୍ । କମିଟି ରିପୋର୍ଟ ପରେ ଏ ନେଇ ହେବ ଚୂଡାନ୍ତ ନିଷ୍ପତି । ଓଏମଆର ବଦଳରେ ୧୦ ମାର୍କ ଲେଖାଁଏ ୫ ପ୍ରକାରର ପ୍ରଶ୍ନ ପ୍ରଶ୍ନପତ୍ରରେ ରହିବ । ଗୋଟିଏ ଧାଡିରେ ଉତ୍ତ-ର ଲେଖିବା , ଗୋଟିଏ ଶଦ୍ଦରେ ପ୍ରଶ୍ନରେ ଉତ୍ତର ଲେଖିବା ଭଳି ପ୍ରଶ୍ନ ବି ଆସିବ ।

Comments are closed.