କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ

ପୁଣି ବଲିଉଡରୁ ଆସିଲା ଦୁଃଖଦ ଖବର। ଜଣାଶୁଣା ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ। ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘଦିନର ଅସୁସ୍ଥତା ପରେ ଆଖି ବୁଜିଛନ୍ତି ପଙ୍କଜ ଉଧାସ। ଏନେଇ ତାଙ୍କ ପିଆାର୍ ସୂଚନା ଦେଇଛନ୍ତି।

ଦୀର୍ଘ ଦିନ ଧରି ପଙ୍କଜ ଉଧାସ ଅସୁସ୍ଥ ଥିଲେ। ଗତ କେତେ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ତାଙ୍କୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ଏହି ଖବର ସାମ୍ନାକୁ ଆସିବା ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ଶକ୍ତ ଝଟ୍‌କା ଲାଗିଛି ବି-ଟାଉନରେ ଶୋକର ଛାୟା ଖେଳି ଯାଇଛି।

ପଙ୍କଜ ଉଧାସ ଜଣେ ଜଣାଶୁଣା ଗଜଲ ଗାୟକ ଥିଲେ। ୧୯୮୦ରେ ସେ ଗଜଲ ଆଲବମ୍‌ ‘ଆହଟ୍’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ ବଲିଉଡ ଫିଲ୍ମରେ ମଧ୍ୟ ସେ ପ୍ଲେ-ବ୍ୟାକ୍ ସିଙ୍ଗର ଭାବେ ‘ତୁ ହସିନ୍‌ ମେ ଯବାଁ’ ଫିଲ୍ମରୁ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସେ କିଶୋର କୁମାର ସହ ଗୀତ ଗାଇଥିଲେ। ତେବେ ‘ନାମ୍‌’ ଫିଲ୍ମର ‘ଚିଠି ଆଇ ହେ’ ଗୀତରୁ ତାଙ୍କୁ ମିଳିଥିଲା ଲୋକପ୍ରିୟତା।

ସେ ନିଜ କ୍ୟାରିୟର୍‌ରେ ୫୦ରୁ ବି ଅଧିକ ଆଲବମ୍‌ ଗୀତ ଗାଇଛନ୍ତି। ସେହିପରି ୫୦ରୁ ଅଧିକ ଫିଲ୍ମରେ ଗୀତ ଗାଇ ମ୍ୟଜିକ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛନ୍ତି। ମ୍ୟୁଜିକ ଇଣ୍ଡଷ୍ଟ୍ରିକୁ ଦେଇଥିବା ନିଜର ଅତୁଳନୀୟ ଅବଦାନ ପାଇଁ ୨୦୦୬ରେ ପଙ୍କଜଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା

Comments are closed.