ଅମୃତ ଭାରତ ଷ୍ଟେସନରେ ଓଡ଼ିଶାକୁ ମିଳିଲା ୨୧ ଷ୍ଟେସନ

ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ୨୧ଟି ରେଳଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ ଓ ନବୀକରଣ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏ ସମସ୍ତ ଭିତ୍ତି ପ୍ରସ୍ତର ପ୍ରକଳ୍ପ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆଜି ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୨୦୦୦ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ଏସବୁ ପ୍ରକଳ୍ପ ଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୨୭ଟି ରାଜ୍ୟର ୫୫୪ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିଛନ୍ତି।

ଏଥିରେ ଓଡ଼ିଶାର ୨୧ଟି ରେଳ ଷ୍ଟେସନ୍, ୫୦ଟି ରୋଡ୍ ଓଭର୍ ବ୍ରିଜ୍ ଏବଂ ଅଣ୍ଡର ପାସ୍ ରହିଛି। ପାରଳାଖେମୁଣ୍ଡି, କେନ୍ଦୁଝର, ବ୍ରଜରାଜନଗର, ସମ୍ବଲପୁର ସିଟି, ଜୟପୁର ଭଳି ଷ୍ଟେସନ୍ ରହିଛି। ଏହି ସବୁ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ରୂପେ ପରିଣତ କରାଯିବ। ଯେଉଁଥିରେ ରହିବ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା। ଫୁଟ୍ ଓଭର ବ୍ରିଜ୍, ଫୁଡ୍ କୋର୍ଟ, ବହୁସ୍ତରୀୟ ପାର୍କିଂ, ଏସ୍କାଲେଟର୍, ରୁଫ୍ ପ୍ଲାଜା, ସପିଂ ଜୋନ୍ ଭଳି ଅନେକ ବ୍ୟବସ୍ଥା ରହିବ।

ସାକ୍ଷୀଗୋପାଳ ରୋଡ ଓଭର ବ୍ରିଜ୍ ପାଇଁ ୬କୋଟି ୬୧ ଲକ୍ଷ ଟଙ୍କା ବୟ ବରାଦ କରାଯାଇଛି। ଯାଜପୁର ରୋଡ୍ ରେଳ ଷ୍ଟେସନ ମାଲ ଗୋଦାମ ନିକଟରେ ଓଭରବ୍ରିଜ୍ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି।

Comments are closed.