ବିରାଟଙ୍କ ଶତକ !

ଦୁବାଇ: ବିରଟଙ୍କ ବିରାଟ ଶତକକୁ ନେଇ ଚର୍ଚ୍ଚା । ଗୁରୁବାର ଆଫଗାନିସ୍ତାନ ବିପକ୍ଷ ଏସିଆ କପ ମ୍ୟାଚରେ କୋହଲ ମାତ୍ର ୬୧ ବଲରୁ୧୨୨ ରନ ଖେଳି ଏକ ଦୀର୍ଘଶ୍ୱାସ ପକାଇଛନ୍ତି ।

କୋହଲିଙ୍କ ମୁଖମଣ୍ଡଳ ସହିତ ତାଙ୍କ କୋଟି କୋଟି ପ୍ରଶଂସକଙ୍କ ମୁହଁରେ ଫୁଟିଛି ହସ । ଏସିଆ କପ ନୈରାଶ୍ୟ ପରେ କୋହଲିଙ୍କ ଫର୍ମ ମଧ୍ୟ ଭାରତକୁ ବିଶ୍ୱକପ ପୂର୍ବରୁ ଆତ୍ମସନ୍ତୋଷ ଦେଇଛି ।

ଅନେକ ମାଇଲଖୁଣ୍ଟର ପ୍ରତିଷ୍ଠାତା ବିରାଟ କୋହଲି ନିଜର ଅନ୍ୟତମ ମଧୁରା ସ୍ୱପ୍ନକୁ ଏହି ଅବସରରେ ପୂରଣ କରିଛନ୍ତି । ଟେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମେ ଶତକ ହାସଲ କରିବା ସହ ଏହି ଫର୍ମାଟରେ ଭାରତ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ହାସଲ କରିଛନ୍ତି ।

Comments are closed.