ବାପା ହେଲେ ବିରାଟ, ଶିଶୁକନ୍ୟାକୁ ଜନ୍ମ ଦେଲେ ଅନୁଷ୍କା ଶର୍ମା

ମୁମ୍ବାଇ,୧୧ ।୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜି ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଦ୍ୱିପହରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଖୋଦ୍ ବିରାଟ କୋହଲି ଟ୍ୱିଟରେ ଜରିଆରେ ଏହି ଖୁସିଖବର ଦେଇଛନ୍ତି ।

ବିରାଟ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୋତେ ଆପଣଙ୍କୁ କହିବାକୁ ଖୁସି ଲାଗୁଛି ଯେ ମୁଁ ଓ ଅନୁଷ୍କା ଆଜି ଦ୍ୱିପହରରେ ଏକ ଶିଶୁକନ୍ୟାର ପିତା-ମାତା ହୋଇଛୁ । ଆମେ ଆପଣଙ୍କ ଭଲପାଇବା ଓ ମଙ୍ଗଳକାମନା ଯୋଗୁଁଉ ହୃଦୟରୁ ଦନ୍ୟବାଦ ଜଣାଉଛୁ । ଅନୁଷ୍କା ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତିି । ଆମେ ଜୀବନର ନୂଆ ଅଧ୍ୟାୟର ଆରମ୍ଭକୁ ଖୁସି ଅଛୁ । ଆଶା କରୁଛୁ ଯେ ଆପଣ ଏହାକୁ ମୁଝିପାରିବେ ।’

ତେବେ ବିରାଟ କୋହଲି ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବା ପରେ ଫେରିଆସିଥିଲେ । ଅନୁଷ୍କାଙ୍କ ଯତ୍ନ ନେବାକୁ ବିରାଟ ପିତୃତ୍ୱ ଛୁଟି ନେଇଥିଲେ ।

Comments are closed.