ଟୋପାଏ ପାଣି ପାଇଁ ଡହଳବିକଳ, ଗୁହାରୀ କରିକରି ନୟାନ୍ତ ଗ୍ରାମବାସୀ
ବଣେଇ, ସନ୍ତୋଷ କୁମାର ଅଟୀ : ସୁନ୍ଦରଗଡ ଜିଲ୍ଲା ବଣେଇ ବ୍ଲକ ଅନ୍ତର୍ଗତ ବନୈକଳା ଗ୍ରାମ ପଞ୍ଚାୟତରେ ଥିବା ଗିଲ୍ଲୀ ଗ୍ରାମର ରଥଛକରେ ଥିବା ଏକ ସୈ।ର ଚାଳିତ ପାଣି ପମ୍ଫ ଦୀର୍ଘ ୨ମାସ ହେଲା ଅଚଳ ହୋଇ, ପଡିରହିଛି ଯାହା ଫଳରେ ଉକ୍ତ ସାହିର ପ୍ରାୟ ୨୫୦ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନାରୁ ଜଣାଯାଏ ଯେ ଏହି ଗ୍ରାମଟି ବଣେଇ ବ୍ଲକ ଅଧିନରେ ଯଦିଓ ଅଛି ତେବେ ବ୍ରାହ୍ମଣୀ ନଦୀର ଅପରପାର୍ଶ୍ୱରେ ଥିବାରୁ ଗମନାଗମନ ଏବଂ ଆବଶ୍ୟକ ସୁବିଧା ସୁଯୋଗରୁ ବହୁ ସମୟରେ ସମ୍ମୁଖୀନ ହୋଇଥାନ୍ତି । ସାଂପ୍ରତିକ ପରିସ୍ଥିତିରେ ଚାରିଆଡେ କରୋନାର ଭୟାଭୟତା ରହିଥିବା ବେଳେ ଲୋକମାନେ ନିଜର ସୁରକ୍ଷା ପାଇଁ ନିଜନିଜ ଘରେ ବନ୍ଦୀର ଜୀବନ ବିତେଉଥିବା ବେଳେ ଏହି ସମୟରେ ପାଣି ପାଇଁ ଡହଳବିକଳ ହେବା ସାହି ବାସିନ୍ଦାଙ୍କ ପାଇଁ ଗ୍ରୀଷ୍ମର ଅଭିଶାପ ପାଲଟିଛି । ସୈ।ରପମ୍ପର ବିକଳ୍ପ ଭାବରେ ନିକଟରେ ଥିବା ନଳକୂପ ଟିର ମଧ୍ୟ ସମଦଶା । ଏବାବଦରେ ସରପଞ୍ଚ, ବି.ଡି.ଓ, ଉପ ଜିଲ୍ଲାପାଳଙ୍କୁ ବାରମ୍ବାର ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା । ପାଣି ଟୋପାଏ ପାଇଁ ଅତିଷ୍ଟ ଲୋକେଙ୍କ ମନକୁ ବୁଝେଇବା ପାଇଁ ବନୈକଳା ପଂଚାୟତର ଇ.ଓ ମହୋଦୟ ଖୁବଶୀଘ୍ର ପମ୍ପ ଏବଂ ନଳକୂପ ମରାମତି କରିବାକୁ ମିଛ ପ୍ରତିଶୃତି ଦେଇଦେଇ ଦୁଇ ମାସ ଗଡିଯାଇଥିଲେ ସୁଧ୍ୟା କୈ।ଣସି ପ୍ରକାର ବ୍ୟବସ୍ଥା ଗ୍ରହଣ କରୁନଥିବାରୁ ଲୋକମାନେ ଶେଷରେ ବାଧ୍ୟ ହୋଇ ବ୍ଲକ ଘେରାଉ କରିବାକୁ କହିଛନ୍ତି । ସାମାନ୍ୟ ନଳକୂପକୁ ମରାମତି କରିବାକୁ ଯଦି ୨ମାସ ଲାଗୁଛି ତେବେ ମହାମାରୀ କରୋନା ବିପନ୍ନ ପରିସ୍ଥିତିରେ ସରକାରୀ କଳରୁ କେମିତି ଜନସାଧାରଣଙ୍କ ପାଇଁ ବ୍ୟବସ୍ଥାର ପାଣି ଝରୁଛି ତାହା ଏଥିରୁ ଜଳଜଳ ହୋଇ ଦେଖାଯାଉଛି ।
Comments are closed.