ସହକାରୀ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଖୋର୍ଦ୍ଧା : ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଖୋର୍ଦ୍ଧା ଜଳ ସେଚନ ବିଭାଗର ସହକାରୀ ଯନ୍ତ୍ରୀ କାମଦେବ ବିଶ୍ବାଳଙ୍କୁ ଜଳସେଚନ କାର୍ଯ୍ୟାଳୟ ଭିତରୁ ଗିରଫ କଲା ଭିଜିଲାନ୍ସ | ଜଳସେଚନ ବିଭାଗର ଏକ ଠିକା କାମରେ ୩ ଲକ୍ଷ ୭୦ ହଜାର ଟଙ୍କାର ଫାଇନାଲ ବିଲ୍ କରି ଦେବାକୁ ସେ ଠିକାଦାର ଶୁଭ୍ରଜିତ ସାମନ୍ତରାୟଙ୍କୁ ବାରମ୍ବାର ଦୌଡ଼ାଉ ଥିଲେ। ଶେଷରେ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହା ପରେ ଶୁଭ୍ରଜିତ ସାମନ୍ତରାୟ ଏ ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ପୂର୍ବ ଯୋଜନା ଅନୁସାରେ ଆଜି ଜଳସେଚନ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ଶୁଭ୍ରଜିତ ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ୱାଳଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ। ଏହା ପରେ ଭିଜିଲାନ୍ସ ୮ ଜଣିଆ ଟିମ୍ ତାଙ୍କୁ କାବୁ କରି ତାଙ୍କ ପକେଟ୍‌ରୁ କେମିକାଲ ଯୁକ୍ତ ନୋଟ୍ ଜବତ କରିଥିଲେ। ଶ୍ରୀ ବିଶ୍ୱାଳଙ୍କୁ ଗିରଫ କରିବା ସହିତ ତାଙ୍କ ଅଫିସରୁ କିଛି କାଗଜପତ୍ର ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ। ଏହା ପରେ ତାଙ୍କର ଭୁବନେଶ୍ୱର ସ୍ଥିତ ଗଙ୍ଗନଗର ବାସଭବନ ଉପରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ ।

Comments are closed.