ଭିଡ଼ିଓ ଗେମ୍ ଦିବସ

ସେପ୍ଟେମ୍ବର ୧୨ରେ ପ୍ରତିବର୍ଷ ଭିଡ଼ିଓ ଗେମ୍ ଦିବସ ପାଳନ କରାଯାଉଛି । ଛୋଟ ପିଲାଙ୍କ ଠାରୁ ନେଇ ଯୁବପିଢ଼ି ଗେମ ଖେଳରେ ବହୁ ରୁଚି ରଖନ୍ତି । ଏବେ ବିଭିନ୍ନ ବଡ଼ ବଡ଼ ମଲ ଗୁଡ଼ିକରେ ଭିଡ଼ିଓ ଗେମ ଖେଳିବାକୁ ଗେମ୍ ପାର୍ଲର ମାନ ରହୁଛି । ୩୦ ମିନିଟ କିମ୍ବା ୧ ଘଣ୍ଟା ହିସାବରେ ଗ୍ରାହକମାନେ ଟଙ୍କା ଦେଇ ଗେମ ଖେଳିପାରିବେ ।

ତେବେ ଭିଡ଼ିଓ ଗେମର ଇତିହାସ ଏତେ ପୁରୁଣା ନୁହେଁ । ୧୯୫୦ରେ କାନାଡ଼ାରେ ବିଶ୍ୱର ପ୍ରଥମ ଭିଡ଼ିଓ ଗେମ୍ ପ୍ରଦର୍ଶିତ ହୋଇଥିଲା । ୧୯୫୧ରେ ଇଂଲଣ୍ଡରେ ‘ନିମରଡ଼’ ଭିଡ଼ିଓ ଗେମ ପ୍ରଦର୍ଶନ ପରେ ସାଧାରଣ ଲୋକଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ବଢ଼ିଲା ।

ବିଶ୍ୱର ପ୍ରତ୍ୟେକ ପ୍ରାନ୍ତରେ ଏହି ଗେମର ଆଦର ବଢ଼ିବା ପରେ ବିଶେଷଜ୍ଞ ଦଳ ଏହାର କୁପ୍ରଭାବ ବିଷୟରେ ଅବଗତ କରାଇଲେ । ଅଧିକ ସମୟ ଭିଡ଼ିଓ ଗେମ୍ ଖେଳିଲେ ପିଲାର ମାନସିକ ବିକାଶ ବାଧାପ୍ରାପ୍ତ ହେବା ସହ ଅନ୍ୟ କେତେଜଣ ପିଲା ଭିଡ଼ିଓ ଗେମ ଖେଳି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରୁଥିବାର ଦେଖାଗଲା । ଭିଡ଼ିଓ ଗେମ ଦିବସ ଏହି ବିଷୟରେ ବିଶ୍ୱବାସୀଙ୍କୁ ସଚେତନ କରାଉଛି ।

Comments are closed.