ଆସନ୍ତା ୨୫ ତାରିଖରେ ଓଡିଶା ଆସିବେ ଉପରାଷ୍ଟ୍ରପତି

ଭାରତର ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଅଗଷ୍ଟ ୧୬ରେ ଦିନିକିଆ ଓଡିଶଗସ୍ତରେ ଆସିବାର ଯୋଜନା ଥିଲା, ଯାହାକୁ ବାତିଲ କରାଯାଇ ଆସନ୍ତା ୨୫ ତାରିଖକୁ ଘୁଞ୍ଚାଯାଇଛି । ସୂଚନା ଅନୁସାରେ, ନାଇଡୁ ୨୫ ରେ ଦିନିକିଆ ଓଡିଶାଗସ୍ତରେ ଆସି ଭୁବନେଶ୍ୱର ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ବିମାନବନ୍ଦରରେ ନାଇଡୁଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ସହିତ ଏମ୍ସ ଅଭିମୁଖେ ଯାତ୍ରା କରିବାର ସମସ୍ତ ବନ୍ଦୋବସ୍ତ କରାଯାଇଛି ।

Comments are closed.