ଏଇ ମାସରେ ଆସିପାରେ ଟିକା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ
ଭୁବନେଶ୍ୱର, ୪ ।୧: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି, କିନ୍ତୁ ନୂଆ ଷ୍ଟ୍ରେନ୍ ପୁଣି ଚିନ୍ତା ବଢାଇଛି । ଅନ୍ୟପଟେ ଓଡିଶାକୁ ଖୁବ ଶୀଘ୍ର କରୋନା ଟିକା ଆସିପାରେ ବୋଲି ଆଶା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହା ସହ ଟିକାକାରଣ ପାଇଁ ରାଜ୍ୟ ଡ୍ରାଇ ରନ୍ ମଧ୍ୟ ହୋଇସାରିଛି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଏଇ ମାସ ୩୦ ତାରିଖ ସୁଦ୍ଧା ଟିକା ଆସିଯିବ ବୋଲି ବିଶ୍ୱାସ ରହିଛି । ପ୍ରଥମେ କରୋନା ଯୋଦ୍ଧାମାନଙ୍କୁ ଟିକା ଦିଆଯିବ । ତା’ପରେ ବୟସ୍କମାନଙ୍କୁ କରୋନା ଟିକା ଦେବୁ ପାଇଁ ଆଲୋଚନା ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଆସିଲେ ବ୍ୟବସ୍ଥା ହେବ ।’
ତେବେ କୋଭିଡ୍ ଟିକାକରଣ ପାଇଁ ସାରା ଦେଶରେ ହୋଇଛି ଡ୍ରାଏ ରନ୍। ଟିକା ଆସିବା ପରେ କେମିତି ସୁରୁଖୁରୁରେ ଦେଶର କୋଟି କୋଟି ଲୋକଙ୍କୁ ଟିକା ଦିଆଯିବ, ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଓଡ଼ିଶାରେ ୩୧ଟି ସ୍ଥାନରେ ଏହାର ବ୍ୟବସ୍ଥା ହୋଇଛି । ଏଥିରେ ସାମିଲ ହୋଇଛନ୍ତି ସ୍ୱାସ୍ଥ୍ୟକର୍ମୀ।
Comments are closed.